୨୮ ସେପ୍ଟେମ୍ୱର,ଶୁକ୍ରବାର: ଏହି ରାଶିର ଲୋକେ ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ: ଦିନଟି ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବଢ଼ିବ। ଧନପ୍ରାପ୍ତି ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ କାଟିବେ। ମାଆଙ୍କ ଆଶୀର୍ବାଦ ମିଳିବ। ବୃଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ମିଥୁନ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ବିବାହ ଉତ୍ସବରେ ଯୋଗ ଦେଇ ପାରନ୍ତି। ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ। କର୍କଟ: ବ୍ୟବସାୟରେ ଲାଭ […]

Rasi-Fala

Jyoshna Pradhan
  • Published: Friday, 28 September 2018
  • , Updated: 28 September 2018, 07:47 AM IST

ମେଷ: ଦିନଟି ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବଢ଼ିବ। ଧନପ୍ରାପ୍ତି ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ କାଟିବେ। ମାଆଙ୍କ ଆଶୀର୍ବାଦ ମିଳିବ।

ବୃଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମିଥୁନ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ବିବାହ ଉତ୍ସବରେ ଯୋଗ ଦେଇ ପାରନ୍ତି। ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ।

କର୍କଟ: ବ୍ୟବସାୟରେ ଲାଭ ମିଳିବ। ପଦୋନ୍ନତି ଯୋଗ ରହିଛି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମାନ-ସମ୍ମାନ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।

ସିଂହ: ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ  ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ତୁଳା: ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ନୂତନ ବସ୍ତ୍ର କିଣି ପାରନ୍ତି।  ଆର୍ଥିକ ସ୍ଥିତି ଭଲ ରହିବ।

ବିଚ୍ଛା: ଘରେ ସୁଖଶାନ୍ତିର ପରିବେଶ ରହିବ। ଖର୍ଚ୍ଚ ବଢ଼ିବ। ଅସୁସ୍ଥ ବ୍ୟକ୍ତି ସୁସ୍ଥ ଅନୁଭବ କରିବେ। ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟୀ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ଧନୁ: କାର୍ଯ୍ୟରେ ସଫଳତା ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।

ମକର:  ପରିବାର ଲୋକଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ଅନିଦ୍ରା ରହିବେ। ମାନହାନି ହେବାର ଆଶଙ୍କା ରହିଛି।

କୁମ୍ଭ: ଚିନ୍ତା ଦୂର ହେବ। ପରିବାର ସଦସ୍ୟଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ବୈବାହିକ ଜୀବନ ଆନ୍ଦନରେ କଟିବ। କାର୍ଯ୍ୟରେ ସଫଳତା ମିଳିବ।

ମୀନ: ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ।

 

Related story