୨୮ ସେପ୍ଟେମ୍ବର, ଗୁରୁବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କ ପାଇଁ ଆଜି ଦିନଟି କଷ୍ଟଦାୟକ ହୋଇପାରେ

ମେଷ: ଆଜି ଆପଣଙ୍କ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପନ୍ନ ହେବ। କିନ୍ତୁ ଧ୍ୟାନ ଦେବେ ଯେ କିଛି ପ୍ରସଙ୍ଗରେ ଆପଣ ଭୁଲ୍ ରାସ୍ତାରେ ଗତି କରିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ଅଫିସ୍‌ରେ କାହା ସହିତ ଝଗଡ଼ା ହୋଇପାରେ। ବୃଷ: କାର୍ଯ୍ୟ ସଂପୂର୍ଣ୍ଣ ନହେବାରୁ ନିରାଶ ହେବେ। ସଫଳତା ମିଳିବାରେ ବିଳମ୍ବ ହେବ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ […]

zodaic

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 03:09 AM IST

ମେଷ: ଆଜି ଆପଣଙ୍କ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପନ୍ନ ହେବ। କିନ୍ତୁ ଧ୍ୟାନ ଦେବେ ଯେ କିଛି ପ୍ରସଙ୍ଗରେ ଆପଣ ଭୁଲ୍ ରାସ୍ତାରେ ଗତି କରିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ଅଫିସ୍‌ରେ କାହା ସହିତ ଝଗଡ଼ା ହୋଇପାରେ।
ବୃଷ: କାର୍ଯ୍ୟ ସଂପୂର୍ଣ୍ଣ ନହେବାରୁ ନିରାଶ ହେବେ। ସଫଳତା ମିଳିବାରେ ବିଳମ୍ବ ହେବ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଥକି ଯିବେ।

ମିଥୁନ: ଆଜି ଦିନଟିର ପ୍ରାରମ୍ଭ ବହୁତ ଭଲ ରହିବ। ଫୂର୍ତ୍ତି ରହିବେ। ବନ୍ଧୁମାନଙ୍କ ସହିତ ପାର୍ଟି କରିବାକୁ ଯୋଜନା ବନାଇବେ। ନୂଆ ପୋଷାକ, ଗହଣା ଓ ଯାନବାହନ ଆଦି କିଣିପାରନ୍ତି। ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟରେ ଲାଭ ପାଇବେ। ଦାମ୍ପତ୍ୟସୁଖ ପ୍ରାପ୍ତି ହେବ।
କର୍କଟ: ଦିନ ସାରା ଆପଣଙ୍କ ମନ ଭଲ ରହିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ ବିତାଇବେ। ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ଆଜି ସଫଳତା ପୂର୍ବକ ସଂପନ୍ନ ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ।
ସିଂହ: ପ୍ରିୟଜନଙ୍କ ସହ ଭେଟ ହୋଇପାରେ। ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ପାଇବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିଛି।
କନ୍ୟା: ଆଜି ଟିକେ ଚିନ୍ତିତ ରହିବେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଆଜି ଘର, ଯାନବାହନ ଆଦି କିଣିବା ପାଇଁ ସମୟ ଅନୁକୂଳ ନାହିଁ।
ତୁଳା: ଆଜି ଯେକୌଣସି କାର୍ଯ୍ୟ କରିବା ପାଇଁ ଦିନଟି ଅନୁକୂଳ ରହିଛି। ଭାଗ୍ୟରେ ଉନ୍ନତି ଦେଖାଦେବ। ଧନଲାଭ ଯୋଗ ରହିଛି। କୌଣସି ନିକଟସ୍ଥ ଧାର୍ମିକ ସ୍ଥଳୀକୁ ଯାତ୍ରା କରିପାରନ୍ତି। ଭାଇ-ଭଉଣୀଙ୍କ ମଧ୍ୟରେ ସଂପର୍କ ମଧୁର ହେବ।
ବିଛା: ପରିବାରରେ ସୁଖଶାନ୍ତି ଦେଖାଯିବ। ଘରକୁ ବନ୍ଧୁବାନ୍ଧବ ଆସିବେ। ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। ଧନଲାଭ ହେବ।
ଧନୁ: ସ୍ୱାସ୍ଥ୍ୟରେ ସୁଧାର ଆସିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସମାଜରେ ପ୍ରତିଷ୍ଠା ବଢ଼ିବ। ସୁସ୍ୱାଦୁ ଭୋଜନ ଖାଇବେ।
ମକର: ପାଚନକ୍ରିୟାରେ ସମସ୍ୟା ଦେଖାଯିବ। ବ୍ୟବସାୟରେ ବାହାର ଲୋକଙ୍କ ହସ୍ତକ୍ଷେପ ବଢ଼ିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ବିରୋଧୀମାନେ ହଇରାଣ କରିପାରନ୍ତି। ଚକ୍ଷୁରେ ସମସ୍ୟା ଦେଖାଯାଇପାରେ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯିବାଆସିବା ବେଳେ ସାବଧାନ ରୁହନ୍ତୁ।
କୁମ୍ଭ: ଯେକୌଣସି ପ୍ରକାର ନୂଆ କାର୍ଯ୍ୟ କରିବା ପାଇଁ ଦିନଟି ବହୁତ ଭଲ ରହିଛି। ବିବାହ ସ୍ଥିର ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଆୟ ବଢ଼ିବାର ଯୋଗ ରହିଛି।
ମୀନ: ସବୁ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସମାଜରେ ମାନସମ୍ମାନ ବଢ଼ିବ।

Related story