୨୯ ସେପ୍ଟେମ୍ବର, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଅନ୍ୟମାନଙ୍କ ଉପରେ ଭରସା କରିବା ଉଚିତ ନୁହେଁ

ମେଷ: ଫୂର୍ତ୍ତି ଅନୁଭବ କରିବେ ନାହିଁ। କଥା କଥାରେ ଅଧିକ ରାଗି ଯିବେ। ଏଥିଯୋଗୁଁ ଆପଣଙ୍କ କାମ ବିଗିଡ଼ିଯିବ। ବୃଷ: ଦିନସାରା ବ୍ୟସ୍ତ ରହିବେ। ଅତ୍ୟଧିକ କାର୍ଯ୍ୟଭାର ରହିବ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଭଲ ନିଦ ହେବ ନାହିଁ। ତେଣୁ ଚିନ୍ତିତ ରହିବେ। ମିଥୁନ: ମନୋରଞ୍ଜନରେ ଦିନଟି ଅତିବାହିତ ହେବ। ପ୍ରିୟଜନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାନସମ୍ମାନ ବଢ଼ିବ। ଧନପ୍ରାପ୍ତି ଯୋଗ ବି ରହିଛି। କର୍କଟ: ବିଭିନ୍ନ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ […]

zodaic

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 05:13 AM IST

ମେଷ: ଫୂର୍ତ୍ତି ଅନୁଭବ କରିବେ ନାହିଁ। କଥା କଥାରେ ଅଧିକ ରାଗି ଯିବେ। ଏଥିଯୋଗୁଁ ଆପଣଙ୍କ କାମ ବିଗିଡ଼ିଯିବ।

ବୃଷ: ଦିନସାରା ବ୍ୟସ୍ତ ରହିବେ। ଅତ୍ୟଧିକ କାର୍ଯ୍ୟଭାର ରହିବ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଭଲ ନିଦ ହେବ ନାହିଁ। ତେଣୁ ଚିନ୍ତିତ ରହିବେ।

ମିଥୁନ: ମନୋରଞ୍ଜନରେ ଦିନଟି ଅତିବାହିତ ହେବ। ପ୍ରିୟଜନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାନସମ୍ମାନ ବଢ଼ିବ। ଧନପ୍ରାପ୍ତି ଯୋଗ ବି ରହିଛି।

କର୍କଟ: ବିଭିନ୍ନ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଅଫିସ୍‌ରେ ବାତାବରଣ ଭଲ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଲେଖାପଢ଼ା ପ୍ରତି ରୁଚି ବଢ଼ିବ। ମନପସନ୍ଦର ଖାଦ୍ୟ ଖାଇବେ। ରୋଜଗାର ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ।

କନ୍ୟା: ଆଜି ବିଭିନ୍ନ ପ୍ରକାର ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଅସୁସ୍ଥ ଅନୁଭବ କରିବେ। ଶୋକବାର୍ତ୍ତା ମିଳିପାରେ। ପୁରୁଣା ବିବାଦକୁ ଆଉ ଉଠାନ୍ତୁ ନାହିଁ।

ତୁଳା: ଭାଗ୍ୟରେ ଉନ୍ନତି ଯୋଗ ରହିଛି। ଯେକୌଣସି ପ୍ରକାର କାର୍ଯ୍ୟ ଆରମ୍ଭ କରିବାକୁ ଆଜି ଦିନଟି ଭଲ ଅଛି। କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ।

ବିଛା: ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଘରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପରାହ୍ନରେ ଶୁଭ ଖବର ମିଳିପାରେ।

ଧନୁ: ନିର୍ଦ୍ଧାରିତ କାର୍ଯ୍ୟ ସଫଳତା ପୂର୍ବକ ଶେଷ ହେବ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ପରିବାର ସହିତ ବୁଲାବୁଲି କରିବାକୁ ଯିବେ। କେହି ଉପହାର ଦେଇପାରନ୍ତି।

ମକର: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ ଓ ସେଥିରେ ବ୍ୟସ୍ତ ରହିବେ। ପୂଜାପାଠରେ ଅଧିକ ବ୍ୟୟ କରିବେ। ଅନ୍ୟମାନଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ନେଇ ଟିକେ ଚିନ୍ତିତ ରହିବେ।

କୁମ୍ଭ: ନୂଆ କାର୍ଯ୍ୟ ଅବା ଯୋଜନା ହାତକୁ ନେଇପାରିବେ। ଅତିରିକ୍ତ ଆୟ ପାଇଁ ଯୋଜନା କରିବେ। ମିତ୍ରମାନଙ୍କଠାରୁ ଲାଭ ପାଇବେ। ଯାତ୍ରା ଫଳପ୍ରଦ ହେବ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଭାରି ଭଲ ରହିଛି। କାର୍ଯ୍ୟରେ ସଫଳତା ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

Related story