୨୯ ଜାନୁଆରୀ, ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ

ମେଷ: ମନସ୍ତାପରେ ସମୟ କାଟିବେ ଓ କର୍ମରେ ବିରକ୍ତି ଅନୁଭବ କରିବେ। ଆକସ୍ମିକ ଧନ ବ୍ୟୟ ଓ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ତିକ୍ତତା ରହିବ। ନୂତନ କର୍ମରେ ଯୋଗଦାନ କରିବା ସହ  ନୂତନ ସମ୍ପର୍କ ସୃଷ୍ଟି ହେବ । ବୃଷ: ଆୟ ବଢିବ ଓ ଚାକିରିରେ ପଦୋନ୍ନତି ହେବ। ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ସାଂସାରିକ କ୍ଷେତ୍ରରେ ସୁଖଶାନ୍ତି ଫେରିଆସିବ। ମହିଳାମାନେ ଉଚ୍ଚମନା ହେବେ ଓ ଛାତ୍ରଛାତ୍ରୀ ଅଧ୍ୟୟନରତ ରହିବେ। ମିଥୁନ: ଦୀର୍ଘଦିନର ଅଭିଳାଷ ପୂରଣ […]

rasiphala-1..

Niharika Rout
  • Published: Friday, 29 January 2021
  • , Updated: 29 January 2021, 08:09 AM IST

ମେଷ: ମନସ୍ତାପରେ ସମୟ କାଟିବେ ଓ କର୍ମରେ ବିରକ୍ତି ଅନୁଭବ କରିବେ। ଆକସ୍ମିକ ଧନ ବ୍ୟୟ ଓ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ତିକ୍ତତା ରହିବ। ନୂତନ କର୍ମରେ ଯୋଗଦାନ କରିବା ସହ  ନୂତନ ସମ୍ପର୍କ ସୃଷ୍ଟି ହେବ ।

ବୃଷ: ଆୟ ବଢିବ ଓ ଚାକିରିରେ ପଦୋନ୍ନତି ହେବ। ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ସାଂସାରିକ କ୍ଷେତ୍ରରେ ସୁଖଶାନ୍ତି ଫେରିଆସିବ। ମହିଳାମାନେ ଉଚ୍ଚମନା ହେବେ ଓ ଛାତ୍ରଛାତ୍ରୀ ଅଧ୍ୟୟନରତ ରହିବେ।

ମିଥୁନ: ଦୀର୍ଘଦିନର ଅଭିଳାଷ ପୂରଣ ହେବ ଓ ବସ୍ତ୍ର ଭୂଷଣ ଲାଭ ହେବ। କର୍ମକ୍ଷେତ୍ରରେ ଚାପ ବଢିଯିବ ଓ ପଡୋଶୀଙ୍କ ସହିତ କଳହ ଲାଗିପାରେ। ସମ୍ମାନ ବୃଦ୍ଧି ଘଟିବ ଓ ପ୍ରତିଭାର ବିକାଶ ଘଟିବ।

କର୍କଟ: ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ ଓ ସଞ୍ଚୟର ସୁଯୋଗ ଆସିପାରେ। ପରିବାରରେ ହସଖୁସିରେ ସମୟ କଟାଇବେ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ସିଂହ: କର୍ମକ୍ଷେତ୍ରରେ ନିଜ ମନ ଅନୁସାରେ କର୍ମ କରିବେ ଓ ସମସ୍ତଙ୍କର ପ୍ରିୟଭାଜନ ହେବେ। ହଠାତ୍ କୌଣସି ଯୋଜନାରେ ପରବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ ଓ ସାଂସାରିକ ଜୀବନରେ ଚିନ୍ତିତ ରହିବେ।

କନ୍ୟା:  ସ୍ୱାସ୍ଥ୍ୟ ଭଲ ରହିବ ଓ ପୁରୁଣା କଥା ଭୁଲି ସଂପର୍କ ରକ୍ଷା କରିବେ। ପ୍ରଶାସନିକ ସ୍ତରରେ ସକ୍ରୀୟ  ରହିବେ ଓ ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ। ଅନ୍ୟମାନଙ୍କ ସାହାଯ୍ୟରେ କର୍ମ ସମ୍ପାଦନା କରିବେ।

ତୁଳା: ଉଭୟ ପ୍ରେମ ଓ ପାରିବାରିକ ଜୀବନରେ ଉତ୍ତମ ବୁଝାମଣା ରହିବ। ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ଓ କର୍ମ ଶୈଳୀରେ ପରିବର୍ତ୍ତନ ଆଣିବେ।

ବିଛା: କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ଲାଭ କରିବେ। ମହିଳାମାନେ କର୍ମତତ୍ପର ରହିବେ ଓ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ସମ୍ମାନିତ ହେବେ ଓ ଦକ୍ଷତା ପ୍ରତିପାଦିତ କରିବେ।

ଧନୁ: ଉଭୟ ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। କଳାକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ।

ମକର: ବହୁଦିନର ମନସ୍କାମନା ପୂରଣ ହେବ। ବ୍ୟସ୍ତତା ଭିତରେ ସମୟ କଟାଇବେ । କୌଣସି କାର୍ଯ୍ୟ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ସମ୍ପତ୍ତି ବୃଦ୍ଧି ଓ ଅର୍ନ୍ତନିହିତ ପ୍ରତିଭାର ବିକାଶ ଘଟିବ।

କୁମ୍ଭ: ସମସ୍ତ କାର୍ଯ୍ୟରେ ବିଳମ୍ବ ହେବ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ। ପୂର୍ବରୁ କରିଥିବା କର୍ମପାଇଁ ଦଣ୍ଡ ଭୋଗିପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ଓ ଶୁଭ ଖବର ଶୁଣିପାରନ୍ତି।

ମୀନ: ବ୍ୟବସାୟରେ ଲାଭବାନ ହେବେ ଓ ଘର ପାଇଁ କିଛି ଆସବାବ ପତ୍ର କ୍ରୟ କରିପାରନ୍ତି।  ପୁରସ୍କୃତ ହେବେ ଓ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ।  ବନ୍ଧୁଙ୍କ ସହିତ ମିଶି କରି ନୂତନ ଯୋଜନା କରିପାରନ୍ତି।

 

Related story