୨୯ ସେପ୍ଟେମ୍ବର, ଶନିବାର: ଏହି ରାଶିର ଲୋକେ ଲୋଭରେ ପଡ଼ି ଫସି ଯାଇପାରନ୍ତି

ମେଷ: ଉତ୍ସାହର ସହ କାମ ଆରମ୍ଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ। ବୃଷ: ଘରେ କାହା ସହିତ ଝଗଡ଼ା ହୋଇପାରେ। ତେଣୁ କୌଣସି ପ୍ରସଙ୍ଗରେ ପରିବାରର କାହାରି ସହିତ ମତଭେଦ ଥିଲେ ଆଜି ତାଙ୍କୁ କିଛି କୁହନ୍ତୁ ନାହିଁ। ଅଫିସ୍‌ରେ ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କରେ ସୁଧାର ଆସିବ। ମିଥୁନ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆୟ ବଢ଼ାଇବା ପାଇଁ ନୂଆ […]

RasiFala

Jitendra Garnayak
  • Published: Saturday, 29 September 2018
  • , Updated: 29 September 2018, 09:56 AM IST

ମେଷ: ଉତ୍ସାହର ସହ କାମ ଆରମ୍ଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ।

ବୃଷ: ଘରେ କାହା ସହିତ ଝଗଡ଼ା ହୋଇପାରେ। ତେଣୁ କୌଣସି ପ୍ରସଙ୍ଗରେ ପରିବାରର କାହାରି ସହିତ ମତଭେଦ ଥିଲେ ଆଜି ତାଙ୍କୁ କିଛି କୁହନ୍ତୁ ନାହିଁ। ଅଫିସ୍‌ରେ ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କରେ ସୁଧାର ଆସିବ।

ମିଥୁନ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବୁଝିବିଚାରି ଓ ପରାମର୍ଶ ନେଇ ଆଗକୁ ବଢ଼ିଲେ ଭଲ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

କର୍କଟ: କାହାରିକୁ ଖରାପ ବ୍ୟବହାର କରନ୍ତୁ ନାହିଁ କି କଟୁ କଥା କୁହନ୍ତୁ ନାହିଁ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାର ଲୋକଙ୍କ ସହିତ ବୁଲାବୁଲି କରିବାକୁ ଯାଇପାରନ୍ତି।

ସିଂହ: ସ୍ୱାସ୍ଥ୍ୟ ଭଲ ରହି ନପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନାବଶ୍ୟକ ଚର୍ଚ୍ଚା କରନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ତୁଳା: ଦିନଟି ଭଲରେ କଟିବ। ସାଙ୍ଗସାଥୀଙ୍କ ସହଯୋଗ ମିଳିବ। ଅର୍ଥଲାଭ ଯୋଗ ରହିଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ବିଛା: ଜନସଂପର୍କ ବଢ଼ାଇବାକୁ ପ୍ରୟାସ କରିବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। କେହି ଗରିବ ବ୍ୟକ୍ତି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ସାଧ୍ୟମତେ କିଛି ସାହାଯ୍ୟ କରନ୍ତୁ।

ଧନୁ: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ଦୂର ସ୍ଥାନକୁ ଯାତ୍ରା ନ କଲେ ଭଲ ହେବ।

ମକର: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

କୁମ୍ଭ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସମସ୍ୟାର ସମାଧାନ ପାଇଁ ବନ୍ଧୁମାନଙ୍କ ସାହାଯ୍ୟ ନିଅନ୍ତୁ।

ମୀନ: ଲୋଭରେ ପଡ଼ି ଫସି ଯାଇପାରନ୍ତି। ତେଣୁ ମନ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। କାହା କଥାରେ ମାତନ୍ତୁ ନାହିଁ।

Related story