୨ ସେପ୍ଟେମ୍ୱର, ରବିବାର: ଜନ୍ମାଷ୍ଟମୀରେ ଆପଣଙ୍କ ଦିନଟି ଏମିତି କଟିପାରେ

ମେଷ: ଅଟକି ରହିଥିବା କାମ ପୂରା ହେବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ବୃଷ: କାହା ସହିତ ଭୁଲ୍‌ ବୁଝାମଣା ହେବାର ସମ୍ଭାବନା ଅଛି। ଦେହ ଅସୁସ୍ଥ ହୋଇପାରେ। ମନ ଉଦାସ ରହିବ। ମିଥୁନ: ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଦିନଟି ଭଲରେ କଟିବ। କର୍କଟ: ମାନସମ୍ମାନ ବଢ଼ିବ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ପ୍ରୋତ୍ସାହନ ମିଳିବ।  ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ସିଂହ: ଅଳସୁଆ […]

rasheepic2

Jitendra Garnayak
  • Published: Sunday, 02 September 2018
  • , Updated: 02 September 2018, 02:34 AM IST

ମେଷ: ଅଟକି ରହିଥିବା କାମ ପୂରା ହେବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି।

ବୃଷ: କାହା ସହିତ ଭୁଲ୍‌ ବୁଝାମଣା ହେବାର ସମ୍ଭାବନା ଅଛି। ଦେହ ଅସୁସ୍ଥ ହୋଇପାରେ। ମନ ଉଦାସ ରହିବ।

ମିଥୁନ: ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଦିନଟି ଭଲରେ କଟିବ।

କର୍କଟ: ମାନସମ୍ମାନ ବଢ଼ିବ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ପ୍ରୋତ୍ସାହନ ମିଳିବ।  ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

ସିଂହ: ଅଳସୁଆ ଲାଗିବ। ତେଣୁ କାମରେ ବାଧା ସୃଷ୍ଟି ହେବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବାଧା ଉପୁଜିପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

କନ୍ୟା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।  ଚାକିରି କ୍ଷେତ୍ରରେ ଶୁଭ ଫଳ ମିଳିବ।

ତୁଳା: ସବୁ କ୍ଷେତ୍ରରେ ସଫଳତା ପାଇବେ।  ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।  ଜୀବନସାଥୀଙ୍କ ସହ ସଂପର୍କ ଭଲ ରହିବ।

ବିଚ୍ଛା: ଦିନଟି ମଧ୍ୟମ ଧରଣର ରହିବ। କୌଣସି କାମ ଅଧାରେ ଅଟକି ଯିବାରୁ ମନ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ଧନୁ: ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ା ପାଇଁ ମନ ବ୍ୟଗ୍ର ହୋଇପାରେ। କୌଣସି କାର୍ଯ୍ୟରେ ଅସଫଳତା ଆପଣଙ୍କୁ ହତାଶ କରିପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ମକର: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନ ସୁଖରେ କଟିବ। ସ୍ୱାସ୍ଥ୍ୟ ଭଲ ନ ରହିପାରେ। ମହିଳାଙ୍କ ସହ କଳହ ହୋଇପାରେ।

କୁମ୍ଭ: ଆର୍ଥିକ ଲାଭ ମିଳିପାରେ। ଉତ୍ସାହ ବଢ଼ିବ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିଛି। ଆୟ ବଢ଼ିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

 

Related story