୩୦ ଅଗଷ୍ଟ, ଗୁରୁବାର: ଏହି ରାଶିର ଲୋକଙ୍କୁ ନୂଆ ଚାକିରି ଅଫର୍ ଆସିପାରେ

ମେଷ: କାହା ସହିତ ଝଗଡ଼ା କରନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ବଢ଼ାଇବା ପାଇଁ ନୂଆ ସୁଯୋଗ ପାଇପାରନ୍ତି। ବୃଷ: ଘର କାମରେ ସମୟ ବିତିବ। ସୁସ୍ୱାଦୁ ଭୋଜନ ଖାଇବେ। ବନ୍ଧୁ ଘରକୁ ଯାଇପାରନ୍ତି। ସମାଜରେ ମାନସମ୍ମାନ ବଢ଼ିବ। ମିଥୁନ: ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। କଥା କଥାକେ ରାଗି ଯିବେ। ଅପରାହ୍ନ ପରେ ବିଦେଶରୁ କିଛି ଶୁଭ ସମାଚାର ଆସିପାରେ। କର୍କଟ: ଅଫିସ୍‌ରେ କାହା ସହିତ ବିବାଦ […]

rasheepic2

Jitendra Garnayak
  • Published: Thursday, 30 August 2018
  • , Updated: 30 August 2018, 01:52 AM IST

ମେଷ: କାହା ସହିତ ଝଗଡ଼ା କରନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ବଢ଼ାଇବା ପାଇଁ ନୂଆ ସୁଯୋଗ ପାଇପାରନ୍ତି।

ବୃଷ: ଘର କାମରେ ସମୟ ବିତିବ। ସୁସ୍ୱାଦୁ ଭୋଜନ ଖାଇବେ। ବନ୍ଧୁ ଘରକୁ ଯାଇପାରନ୍ତି। ସମାଜରେ ମାନସମ୍ମାନ ବଢ଼ିବ।

ମିଥୁନ: ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। କଥା କଥାକେ ରାଗି ଯିବେ। ଅପରାହ୍ନ ପରେ ବିଦେଶରୁ କିଛି ଶୁଭ ସମାଚାର ଆସିପାରେ।

କର୍କଟ: ଅଫିସ୍‌ରେ କାହା ସହିତ ବିବାଦ ଚାଲିଥିଲେ ଆଜି ତା’ର ସମାଧାନ ହୋଇଯିବ। ସହକର୍ମୀ ଓ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଜି କୌଣସି ଚୁକ୍ତି କଲା ବେଳେସାବଧାନତା ଅବଲମ୍ବନ କରନ୍ତୁ। ନହେଲେ କ୍ଷତିରେ ପଡ଼ିପାରନ୍ତି। ଗରିବଙ୍କୁ ଦାନ କଲେ ଭଲ।

କନ୍ୟା: ଅଫିସ୍ ଅବା ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ତୁଳା: ନୂଆ ଚାକିରି ଅଫର୍ ଆସିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବେଳେ ଦ୍ୱନ୍ଦ୍ୱ ଉପୁଜିପାରେ। ତେଣୁ ଘରର ବରିଷ୍ଠ ସଦସ୍ୟମାନଙ୍କ ପରାମର୍ଶ ନେଲେ ଭଲ।

ବିଚ୍ଛା: ଉଭୟ ଚାକିରି ଓ ବ୍ୟବସାୟ କରୁଥିବା ଲୋକେ ସଫଳତା ପାଇବେ। ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ। ଆଜି ଘର ପାଇଁ କିଛି ଦାମୀ ଜିନିଷ କିଣି ପାରନ୍ତି।

ଧନୁ: ଉପହାର ପାଇପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାହାକୁ ଅପମାନିତ କଲା ଭଳି କଥା କୁହନ୍ତୁ ନାହିଁ।

ମକର: ଅଟକି ରହିଥିବା ଧନ ଆଜି ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

କୁମ୍ଭ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମୀନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ପରିବାର ସହିତ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

 

 

Related story