୩୦ ଅକ୍ଟୋବର, ମଙ୍ଗଳବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ

ମେଷ: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। କୌଣସି ନିଷ୍ପତ୍ତି ନେବା ବେଳେ ଏକାଧିକ ଥର ଚିନ୍ତା କରନ୍ତୁ। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ମିଥୁନ: ଆଜି ଦିନଟି ମିଶ୍ରଫଳ ଦେବ। ବନ୍ଧୁଙ୍କ ସହ ସାକ୍ଷାତ କହୋଇପାରେ। ଅଯଥା ଖର୍ଚ୍ଚ ବଢ଼ିବ। ନକାରାତ୍ମକ […]

Rasi-Fala

Tapaswini Nayak
  • Published: Tuesday, 30 October 2018
  • , Updated: 30 October 2018, 09:41 AM IST

ମେଷ: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। କୌଣସି ନିଷ୍ପତ୍ତି ନେବା ବେଳେ ଏକାଧିକ ଥର ଚିନ୍ତା କରନ୍ତୁ। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ମିଥୁନ: ଆଜି ଦିନଟି ମିଶ୍ରଫଳ ଦେବ। ବନ୍ଧୁଙ୍କ ସହ ସାକ୍ଷାତ କହୋଇପାରେ। ଅଯଥା ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କର୍କଟ: ପରିବାରରେ ହସ ଖୁସିର ବାତାବରଣ ରହିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଅସୁସ୍ଥତା ଅନୁଭବ କରିବେ।

ସିଂହ: ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

କନ୍ୟା: ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ନେଇ ଘରୁ ବାହାରକୁ ଯାଆନ୍ତୁ। ପଦନ୍ନୋତିର ଯୋଗ ରହିଛି। ସ୍ୱାଦିଷ୍ଟ ଭୋଜନ କରିପାରନ୍ତି।

ତୁଳା: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବିଦେଶ ଯାତ୍ରାର ଯୋଗ ରହିଛି। ଘରେ ପୂଜାପାଠର ଆୟୋଜନ କରିପାରନ୍ତି।

ବିଛା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ: ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବିବାହ ସ୍ଥିର ହୋଇପାରେ।

ମକର: ଆର୍ଥିକ ସ୍ଥିତ ଭଲ ରହିବ। ଶତ୍ରୁ ପରାଜିତ ହେବେ। ସ୍ୱାସ୍ଥ୍ୟ ଠିକ୍‌ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କୁମ୍ଭ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେଇ ପାରନ୍ତି।

ମୀନ: ମାନସିକ ଚିନ୍ତାରେ ଦିନଟି କଟିବ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ଆଖି ଜନିତ ସମସ୍ୟାରେ ପଡ଼ିପାରନ୍ତି।

Related story