୩୦ ସେପ୍ଟେମ୍ବର, ଶନିବାର: ଜାଣନ୍ତୁ କେଉଁ ପାଞ୍ଚୋଟି ରାଶିର ଲୋକଙ୍କର ଆଜି ଧନପ୍ରାପ୍ତି ଯୋଗ ରହିଛି

ମେଷ: ଆର୍ଥିକ ଉନ୍ନତି ପାଇଁ ଯୋଜନା ବନାଇବେ। କାର୍ଯ୍ୟପ୍ରଣାଳୀରେ ସୁଧାର ହେବ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଭଲ ଲାଭ ମିଳିବ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟବ୍ୟସ୍ତ ରହିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ମିଥୁନ: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଚିନ୍ତିତ ରହିବେ। ଦାମୀ ବସ୍ତୁକୁ ସମ୍ଭାଳି ରଖନ୍ତୁ। କୌଣସି ପ୍ରସଙ୍ଗକୁ ନେଇ ବଦନାମ ହୋଇପାରନ୍ତି। କର୍କଟ: କାର୍ଯ୍ୟବ୍ୟସ୍ତ ଯୋଗୁଁ ଚାପରେ ରହିବେ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। […]

zodaic

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 03:26 AM IST

ମେଷ: ଆର୍ଥିକ ଉନ୍ନତି ପାଇଁ ଯୋଜନା ବନାଇବେ। କାର୍ଯ୍ୟପ୍ରଣାଳୀରେ ସୁଧାର ହେବ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଭଲ ଲାଭ ମିଳିବ।

ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟବ୍ୟସ୍ତ ରହିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି।

ମିଥୁନ: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଚିନ୍ତିତ ରହିବେ। ଦାମୀ ବସ୍ତୁକୁ ସମ୍ଭାଳି ରଖନ୍ତୁ। କୌଣସି ପ୍ରସଙ୍ଗକୁ ନେଇ ବଦନାମ ହୋଇପାରନ୍ତି।

କର୍କଟ: କାର୍ଯ୍ୟବ୍ୟସ୍ତ ଯୋଗୁଁ ଚାପରେ ରହିବେ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ପ୍ରେମିକପ୍ରେମିକାଙ୍କ ମଧ୍ୟରେ ମତଭେଦ ହୋଇପାରେ।

ସିଂହ: ଉଦାସୀନ ରହିବେ। ସମସ୍ତଙ୍କ ଉପରେ ସନ୍ଦେହ କରିବେ। କଥା କଥାରେ କ୍ରୋଧିତ ହେବେ। ସବୁ କାର୍ଯ୍ୟ ବିଳମ୍ବିତ ହେବ।

କନ୍ୟା: ସୁସ୍ୱାଦୁ ଭୋଜନ ଖାଇବେ। ରଚନାତ୍ମକ କାର୍ଯ୍ୟ ସଫଳ ହେବ। ବ୍ୟବସାୟ ଠିକ୍ ବାଟରେ ଚାଲିବ। ଆଖିରେ ଯନ୍ତ୍ରଣା ହୋଇପାରେ।

ତୁଳା: ପୁରୁଣା ରୋଗ କଷ୍ଟ ଦେବ। ନକାରାତ୍ମକ ଚିନ୍ତାରେ ବୁଡ଼ି ରହିବେ। ଶୋକ ସମାଚାର ମିଳିପାରେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଭଲ ଅଛି। ଭାଗ୍ୟ ଉନ୍ନତିର ସଙ୍କେତ ମିଳୁଛି। ସବୁ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ଅର୍ଥଲାଭ ହେବ।

ଧନୁ: ଶୁଭ ଖବର ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ପ୍ରସନ୍ନ ରହିବେ। ତେବେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ମକର: ଆୟ ବଢ଼ିବ। ମାନପ୍ରତିଷ୍ଠା ବଢ଼ିବ। ଯାତ୍ରା ସଫଳ ହେବ। କାହାରି ସହିତ ଝଗଡ଼ା କରନ୍ତୁ ନାହିଁ। ପରିବାରକୁ ସମୟ ଦେବାକୁ ପ୍ରୟାସ କରନ୍ତୁ। କାହାଠାରୁ ଉପହାର ପାଇପାରନ୍ତି।

କୁମ୍ଭ: ଖର୍ଚ୍ଚାନ୍ତ ହେବେ। ଚିନ୍ତିତ ରହିବେ। ବିବାଦରୁ ଦୂରେଇ ରୁହନ୍ତୁ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି।

ମୀନ: ସମାଜରେ ମାନସମ୍ମାନ ବଢ଼ିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ପରିବାର ଲୋକଙ୍କଠାରୁ ସହଯୋଗ ମିଳିବ। ଆୟ ବୃଦ୍ଧି ଯୋଗ ରହିଛି।

Related story