୩୧ ଅକ୍ଟୋବର, ବୁଧବାର: ଏହି ରାଶି ଲୋକଙ୍କ ପାଇଁ ଦିନଟି ଶୁଭ ନୁହେଁ

ମେଷ: ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଅସୁସ୍ଥ ଅନୁଭବ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ବୃଷ: ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ମିଥୁନ: ଆଜି ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଚାକିରି କ୍ଷେତ୍ରରେ ପ୍ରଂଶସିତ ହେବେ। ଶୁଭ ସମାଚାର […]

Rasi-Fala-2-1-1-3-2-1-2-1-2-1-1-3

Tapaswini Nayak
  • Published: Wednesday, 31 October 2018
  • , Updated: 31 October 2018, 07:50 AM IST

ମେଷ: ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଅସୁସ୍ଥ ଅନୁଭବ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ।

ମିଥୁନ: ଆଜି ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଚାକିରି କ୍ଷେତ୍ରରେ ପ୍ରଂଶସିତ ହେବେ। ଶୁଭ ସମାଚାର ମିଳିପାରେ।

କର୍କଟ: ମାନ-ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରକୁ ଅତିଥି ଆସିପାରନ୍ତି।

ସିଂହ: ବ୍ୟସ୍ତତା ଭିତରେ ଦିନଟି କାଟିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଅସୁସ୍ଥତା ଅନୁଭବ କରିବେ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

କନ୍ୟା: ଦିନଟି ଭଲରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ତୁଳା: ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ଲାଭ ହେବ। ଧନପ୍ରାପ୍ତି ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ବିଛା: କ୍ୟାରିୟରରେ ସଫଳତା ମିଳିବ। କୌଣସି ସମସ୍ୟା ଥିଲେ, ଆଜି ତା’ର ସମାଧାନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ: ପେଟରେ ସମସ୍ୟା ଦେଖାଦେଇପାରେ। ଆୟଠୁ ବ୍ୟୟ ବଳି ଯିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରକୁ ଅତିଥି ଆସିପାରନ୍ତି।

କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁମାନଙ୍କ ସହ ଦିନଟି କାଟିବେ। କୌଣସି କାମର ଦାୟିତ୍ୱ ନେଇପାରନ୍ତି। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

ମୀନ: ଅସୁସ୍ଥତା ଅନୁଭବ କରିପାରନ୍ତି। ଥଣ୍ଡା ଓ କାଶରେ ପଡ଼ି ପାରନ୍ତି। ଦେଖିଚାହିଁ ଚଳନ୍ତୁ। ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

Related story