୩ ଅକ୍ଟୋବର, ବୁଧବାର: ଅନ୍ୟମାନଙ୍କ କଥାରେ କାମ କରି ଫସି ଯାଇପାରନ୍ତି

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଯାହା କହିବା ପାଇଁ ଚାହୁଁଛନ୍ତି, ତାକୁ ଠିକ୍ ଢଙ୍ଗରେ ଉପସ୍ଥାପନ କରନ୍ତୁ। ଜମି ବା ଘରକୁ ନେଇ ବିବାଦ ଦେଖା ଯାଇପାରେ। ବୃଷ: ଅଧିକ ସମୟ ଆୟ ବଢ଼ାଇବାକୁ ଯୋଜନା କରିବାରେ ଚାଲିଯିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। କୋର୍ଟରେ କିଛି ମାମଲା ଥିଲେ ସଫଳତା ମିଳିପାରେ। ମିଥୁନ: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ସୁସ୍ୱାଦୁ ଭୋଜନ ଖାଇବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର […]

RasiFala

Jitendra Garnayak
  • Published: Wednesday, 03 October 2018
  • , Updated: 03 October 2018, 07:21 AM IST

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଯାହା କହିବା ପାଇଁ ଚାହୁଁଛନ୍ତି, ତାକୁ ଠିକ୍ ଢଙ୍ଗରେ ଉପସ୍ଥାପନ କରନ୍ତୁ। ଜମି ବା ଘରକୁ ନେଇ ବିବାଦ ଦେଖା ଯାଇପାରେ।

ବୃଷ: ଅଧିକ ସମୟ ଆୟ ବଢ଼ାଇବାକୁ ଯୋଜନା କରିବାରେ ଚାଲିଯିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। କୋର୍ଟରେ କିଛି ମାମଲା ଥିଲେ ସଫଳତା ମିଳିପାରେ।

ମିଥୁନ: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ସୁସ୍ୱାଦୁ ଭୋଜନ ଖାଇବେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କର୍କଟ: ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ କଥାରେ କାମ କରି ଫସି ଯାଇପାରନ୍ତି। ସତର୍କ ରୁହନ୍ତୁ।

ସିଂହ: ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କୌଣସି ଗରିବ ବ୍ୟକ୍ତି ଆର୍ଥିକ ସହାୟତା ମାଗିଲେ, ସାଧ୍ୟମତେ ଦିଅନ୍ତୁ। ମଙ୍ଗଳ ହେବ।

କନ୍ୟା: ଅଫିସ୍‌ରେ ବାତାବରଣ ଭଲ ରହିବ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବେ। ପରିବାର ଲୋକଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି।

ତୁଳା: ଘରକୁ ଅତିଥି ଆସିବେ। ମିଠା ମିଠା କଥା କହି ନିଜ କାମ କରାଇନେବାରେ ସଫଳ ହେବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ବିଛା: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ତେଣୁ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାନହାନି ଯୋଗ ରହିଛି।

ଧନୁ: ମନୋରଞ୍ଜନରେ ଦିନଟି କଟିବ। ସକାଳୁ ସକାଳୁ କୌଣସି ଶୁଭ ଖବର ପାଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ।

ମକର: ଆର୍ଥିକ ଲାଭ ଯୋଗ ରହିଛି। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଗହଣରେ ସମୟ ବିତିବ। ସମାଜରେ ମାନ-ସମ୍ମାନ ବଢ଼ିବ।

କୁମ୍ଭ: ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ସଫଳତା ପାଇବେ। ଖର୍ଚ୍ଚ ବଢ଼ିପାରେ।

ମୀନ: କୌଣସି ପ୍ରସଙ୍ଗରେ ଚିନ୍ତିତ ରହିବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିଛି। ସମ୍ମାନହାନି ହୋଇପାରେ, ତେଣୁ ସତର୍କ ରୁହନ୍ତୁ।

Related story