୩ ସେପ୍ଟେମ୍ୱର, ସୋମବାର: ଏହି ରାଶିର ଲୋକେ ମିଠା ଖାଇ ଘରୁ ବାହାରିଲେ ଭଲ

ମେଷ: ଘରକୁ ବନ୍ଧୁ ଆସିପାରନ୍ତି। ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ମିଥୁନ: ମାନ-ସମ୍ମାନ ପାଇବେ। ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ। କୌଣସି ଧାର୍ମିକ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଦିନଟି ଭଲରେ କଟିବ। ସିଂହ: ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ କ୍ଷତି […]

rasheepic

Jitendra Garnayak
  • Published: Monday, 03 September 2018
  • , Updated: 03 September 2018, 02:10 AM IST

ମେଷ: ଘରକୁ ବନ୍ଧୁ ଆସିପାରନ୍ତି। ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି।

ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମିଥୁନ: ମାନ-ସମ୍ମାନ ପାଇବେ। ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ। କୌଣସି ଧାର୍ମିକ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି।

କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଦିନଟି ଭଲରେ କଟିବ।

ସିଂହ: ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ କ୍ଷତି ସହିପାରନ୍ତି। ଉଚ୍ଚ ଅଧିକାରୀଙ୍କ ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ନିଜ କଥା ଉପରେ ସଂଯମ ରଖନ୍ତୁ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।

ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିଆଙ୍କ ପାଇଁ କିଛି ନୂଆ ସୁଯୋଗ ଆସିପାରେ। ପିଲାଙ୍କୁ ନେଇ ଲାଗି ରିଥିବା ଚିନ୍ତା ଦୂର ହେବ।

ମକର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାଙ୍କ ସହ ଯୁକ୍ତି କରନ୍ତୁ ନାହିଁ।

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢ଼ିବ।

ମୀନ: ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭ ମିଳିବ।  ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

 

Related story