୪ ଅକ୍ଟୋବର, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କୁ ଆଜି ସବୁ କାର୍ଯ୍ୟରେ ସଫଳତା ମିଳିବ

ମେଷ: ଯାତ୍ରା, ନିବେଶ ଓ ଚାକିରି କ୍ଷେତ୍ରରେ ଆଶା ମୁତାବକ ଫଳ ମିଳିବ। ବୁଡ଼ି ଯାଇଥିବା ଅର୍ଥ ଫେରି ପାଇବେ। କାହା ସହିତ ବିବାଦ କରନ୍ତୁ ନାହିଁ। ଉନ୍ନତି ହେବ। ନିରାଶ ହୁଅନ୍ତୁ ନାହିଁ। ସବୁ ସମସ୍ୟା ଦୂରେଇ ଯିବ। ବୃଷ: ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ନୂଆ ଯୋଜନା ବନାଇବେ। ଆୟର ନୂଆ ବାଟ ଖୋଲିବ। ପରିବାରକୁ ନେଇ ଚିନ୍ତିତ ହେବେ। ବନ୍ଧୁମାନେ ସହାୟତାର ହାତ ବଢ଼ାଇବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମିଥୁନ: ଦିନଟି […]

zodaic

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 02:45 AM IST

ମେଷ: ଯାତ୍ରା, ନିବେଶ ଓ ଚାକିରି କ୍ଷେତ୍ରରେ ଆଶା ମୁତାବକ ଫଳ ମିଳିବ। ବୁଡ଼ି ଯାଇଥିବା ଅର୍ଥ ଫେରି ପାଇବେ। କାହା ସହିତ ବିବାଦ କରନ୍ତୁ ନାହିଁ। ଉନ୍ନତି ହେବ। ନିରାଶ ହୁଅନ୍ତୁ ନାହିଁ। ସବୁ ସମସ୍ୟା ଦୂରେଇ ଯିବ।

ବୃଷ: ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ନୂଆ ଯୋଜନା ବନାଇବେ। ଆୟର ନୂଆ ବାଟ ଖୋଲିବ। ପରିବାରକୁ ନେଇ ଚିନ୍ତିତ ହେବେ। ବନ୍ଧୁମାନେ ସହାୟତାର ହାତ ବଢ଼ାଇବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିନପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମଧ୍ୟାହ୍ନ ପରେ ଶୁଭ ସମାଚାର ପାଇପାରନ୍ତି। ଅଟକି ଥିବା କିଛି କାର୍ଯ୍ୟ ସଂପନ୍ନ ହୋଇପାରେ।

କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। କୌଣସି ପ୍ରକାର ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ମନରୁ ନକାରାତ୍ମକ ଚିନ୍ତା ଦୂର କରନ୍ତୁ।

ସିଂହ: ମନୋରଞ୍ଜନରେ ଦିନଟି ବିତିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ ଅଛି। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ଧନପ୍ରାପ୍ତି ଯୋଗ ରହିଛି। କୌଣସି କାର୍ଯ୍ୟରେ ବାଧା ଦେଖାଯାଉଥିଲେ ଆଜି ତାହା ଦୂର ହୋଇପାରିବ।

କନ୍ୟା: ସବୁ କାର୍ଯ୍ୟରେ ସଫଳତା ମିଳିବ। ମାନସମ୍ମାନ ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଉଭୟେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ଅଧିକ ଭାବପ୍ରବଣ ହୁଅନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ।

ତୁଳା: ସୁସ୍ୱାଦୁ ଭୋଜନ ଖାଇବେ। ରଚନାତ୍ମକ କାର୍ଯ୍ୟରେ ସଫଳତା ପାଇବେ। ଧନପ୍ରାପ୍ତି ଯୋଗ ରହିଛି। ଅସୁସ୍ଥ ଅନୁଭବ କରିପାରନ୍ତି। ଅଫିସ୍‌ରେ ସହକର୍ମୀମାନଙ୍କ ସହଯୋଗ ପାଇବେ।

ବିଛା: ଆଜି କୌଣସି ନୂଆ କାର୍ଯ୍ୟ କରନ୍ତୁ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ତେଣୁ ଖାଇବାପିଇବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଧୈର୍ଯ୍ୟ ରଖନ୍ତୁ। ନ ହେଲେ ସବୁ କାମ ବିଗିଡ଼ି ଯିବ।

ଧନୁ: ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ। କୌଣସି କାମରେ ତରତର ହୁଅନ୍ତୁ ନାହିଁ। ଜମି ସଂପର୍କିତ ବିବାଦରେ ପଡ଼ିପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ଅଛି।

ମକର: ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ କରିବେ। ପରିବାରରେ କାହା ସହିତ ମତଭେଦ ହୋଇପାରେ। ତେଣୁ କଥାବାର୍ତ୍ତା କଲା ବେଳେ ବିଶେଷ ଧ୍ୟାନ ଦିଅନ୍ତୁ। ମଧ୍ୟାହ୍ନ ପରେ ଚିନ୍ତାମୁକ୍ତ ହେବେ। ଭାଗ୍ୟରେ ଉନ୍ନତି ଯୋଗ ରହିଛି। ପ୍ରିୟଜନଙ୍କ ସହିତ ଭେଟ ହୋଇପାରେ।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କାହା ମନକୁ କଷ୍ଟ ହେଲା ଭଳି କଥା କୁହନ୍ତୁ ନାହିଁ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ମୀନ: ବାଦବିବାଦରୁ ଦୂରେଇ ରୁହନ୍ତୁ। ମନକୁ ଏକାଗ୍ର ରଖିବାକୁ ପ୍ରୟାସ କରନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟରେ ସୁଧାର ଆସିବ। କାହାଠାରୁ କିଛି ଆଶା କରନ୍ତୁ ନାହିଁ।

Related story