୫ ମେ, ରବିବାର: କାର୍ଯ୍ୟଭାର ବଢ଼ିବ

ମେଷ: ଦିନଟି ଆପଣ ପାଇଁ ବେଶ୍‌ ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କୌଣସି ବ୍ୟକ୍ତିଗତ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ। ବୃଷ: କାହା ସହିତ ଝଗଡ଼ା କରନ୍ତୁ ନାହିଁ। ରାଗକୁ ନିୟନ୍ତ୍ରଣରେ ରଖନ୍ତୁ। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଯଥାରେ ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ। ମିଥୁନ: ଶୁଭ ଖବର ଶୁଣିପାରନ୍ତି। ସମାଜରେ ମାନପ୍ରତିଷ୍ଠା ବଢ଼ିବ। କାର୍ଯ୍ୟଭାର ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। […]

astroor

Jitendra Garnayak
  • Published: Sunday, 05 May 2019
  • , Updated: 05 May 2019, 10:44 AM IST

ମେଷ: ଦିନଟି ଆପଣ ପାଇଁ ବେଶ୍‌ ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କୌଣସି ବ୍ୟକ୍ତିଗତ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ।

ବୃଷ: କାହା ସହିତ ଝଗଡ଼ା କରନ୍ତୁ ନାହିଁ। ରାଗକୁ ନିୟନ୍ତ୍ରଣରେ ରଖନ୍ତୁ। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଯଥାରେ ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ।

ମିଥୁନ: ଶୁଭ ଖବର ଶୁଣିପାରନ୍ତି। ସମାଜରେ ମାନପ୍ରତିଷ୍ଠା ବଢ଼ିବ। କାର୍ଯ୍ୟଭାର ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ: ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦିନଟି ଭଲରେ କଟିବ।

କନ୍ୟା: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଅଫିସ୍ ତଥା ଘରେ ଦାୟିତ୍ୱ ବଢ଼ିବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳ: ବାଦବିବାଦଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ।

ବିଛା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। କୌଣସି ଖୁସି ଖବର ପାଇପାରନ୍ତି। ଆତ୍ମବିଶ୍ୱାସ ମିଳିବ।

ଧନୁ: କାହାକୁ ଋଣ ଦିଅନ୍ତୁ ନାହିଁ। ମଧ୍ୟାହ୍ଣ ପରେ କୌଣସି କଥା ଆପଣକୁ ଚିନ୍ତାରେ ପକାଇ ପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶା ମୁତାବକ ଲାଭ ପାଇ ନ ପାରନ୍ତି।

ମକର: ମନକୁ ଶାନ୍ତ ରଖନ୍ତୁ। ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ: ଉଭୟ ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ନୂଆ ପୋଷାକ କିଣି ପାରନ୍ତି।

ମୀନ: ରାସ୍ତାରେ ଯା’ଆସ ବେଳେ ଦୁର୍ଘଟଣା ଘଟିପାରେ। ତେଣୁ ସତର୍କ ରୁହନ୍ତୁ। କୌଣସି ଗରିବ ବ୍ୟକ୍ତି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

Related story