୬ ମାର୍ଚ୍ଚ, ବୁଧବାର: ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବେ

ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗହଣା କିଣିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମିଥୁନ: କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଜଳାଶୟଠାରୁ ଦୁରେଇ ରୁହନ୍ତୁ। କର୍କଟ: ଆଜି କୌ଼ଣସି କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ସହକର୍ମୀଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3

Tapaswini Nayak
  • Published: Wednesday, 06 March 2019
  • , Updated: 06 March 2019, 08:43 AM IST

ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଗହଣା କିଣିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ମିଥୁନ: କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଜଳାଶୟଠାରୁ ଦୁରେଇ ରୁହନ୍ତୁ।

କର୍କଟ: ଆଜି କୌ଼ଣସି କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ସହକର୍ମୀଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: କୌଣସି କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ବନ୍ଧୁଙ୍କ ସହ ଦେଖା ହୋଇପାରେ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମା‘ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂଆ ପୋଷାକ କିଣିପାରନ୍ତି।

ଧନୁ: ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ,ସତର୍କ ରୁହନ୍ତୁ।

ମକର: ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ। ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସାହିତ୍ୟ ଓ କଳାପ୍ରତି ରୁଚି ବଢ଼ିବ। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବେ।

ମୀନ: ଆଜି କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ଚାକିରିକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ହନୁମାନଙ୍କୁ ପୂଜା କରନ୍ତୁ।

Related story