୬ ଜୁଲାଇ, ଶୁକ୍ରବାର: ଏହି ରାଶି ଲୋକଙ୍କ ପ୍ରେମ ସଂପର୍କରେ ସୁଧାର ଆସିପାରେ

ମେଷ: ଅଫିସ୍ ଅବା ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ସୂତ୍ରରୁ ଅର୍ଥ ମିଳିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଦିଗରେ ଥିବା ବାଧା ଆଜି ହଟି ଯିବ। ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି କ୍ଷେତ୍ରରେ ବଡ଼ ଆକାରର ନିବେଶ କରନ୍ତୁ ନାହିଁ, ନହେଲେ କ୍ଷତିରେ ପଡ଼ି ପାରନ୍ତି। ମିଥୁନ: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ […]

zodaic

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 07:29 AM IST

ମେଷ: ଅଫିସ୍ ଅବା ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ସୂତ୍ରରୁ ଅର୍ଥ ମିଳିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଦିଗରେ ଥିବା ବାଧା ଆଜି ହଟି ଯିବ।

ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି କ୍ଷେତ୍ରରେ ବଡ଼ ଆକାରର ନିବେଶ କରନ୍ତୁ ନାହିଁ, ନହେଲେ କ୍ଷତିରେ ପଡ଼ି ପାରନ୍ତି।

ମିଥୁନ: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଆଜି ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। ପ୍ରେମ ସଂପର୍କରେ ସୁଧାର ଆସିପାରେ।

କର୍କଟ: ଧନ ଲାଭ ଯୋଗ ରହିଛି। ତେବେ ସତର୍କ ରହିବା ଆବଶ୍ୟକ। କାରଣ ଆସିଥିବା ଧନ ହାନି ହେବାର ବି ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ହଇରାଣରେ ପଡ଼ିବେ। ନୂଆ ବ୍ୟବସାୟ ଆରମ୍ଭ ନ କଲେ ଭଲ। କାହା ଉପରେ ଅତ୍ୟଧିକ ଭରସା କରନ୍ତୁ ନାହିଁ, ନହେଲେ ଧୋକା ଖାଇପାରନ୍ତି।

କନ୍ୟା: ଅଫିସ୍‌ରେ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ଆଜି ଆର୍ଥିକ ମାମଲାରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନହେଲେ କ୍ଷତିରେ ପଡ଼ିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ।

ତୁଳା: କ୍ୟାରିୟର ଭଲ ଦିଗରେ ଯାଉଛି। ଆଜି କିଛି ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି। କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ସୂଚନା ଓ ଫୋନ୍ ନମ୍ବର ଦେବା ପୂର୍ବରୁ ଟିକେ ଚିନ୍ତା କରନ୍ତୁ।

ବିଛା: ଆପଣଙ୍କର କିଛି ପୁରୁଣା ସମସ୍ୟାର ସମାଧାନ ପାଇଁ ଆଜି ଉଦ୍ୟମ ଆରମ୍ଭ କରିବେ। ଆପଣଙ୍କ ସଫଳତାରେ ଆପଣଙ୍କ ଆଖପାଖରେ ଥିବା ଲୋକେ ଈର୍ଷାନ୍ୱିତ ହେବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଜୀବନସାଥୀଙ୍କ ଠାରୁ ସହଯୋଗ ମିଳିବ।

ଧନୁ: କୌଣସି କଥାକୁ ନେଇ ପରିବାରରେ ବିବାଦ ଦେଖାଯାଇପାରେ। ନୂଆ ବନ୍ଧୁ ବନାଇ ପାରନ୍ତି। ଉପରିସ୍ଥ ଅଧିକାରୀଙ୍କ ଯୋଗୁଁ ଅଫିସରେ ସମସ୍ୟାରେ ପଡ଼ିପାରନ୍ତି। ଯେକୌଣସି ପ୍ରସଙ୍ଗରେ ଆଜି ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ।

ମକର: ବିଦେଶ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅନ୍ୟକୁ ସାହାଯ୍ୟ କରିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ଆଜି ଆପଣ ଏମିତି କିଛି କାର୍ଯ୍ୟ କରିବେ ଯାହା ଆପଣଙ୍କ ଆଖପାଖ ଲୋକଙ୍କୁ ପ୍ରଭାବିତ କରିବ। ଅଫିସ୍‌ରେ ଆପଣଙ୍କ ବସ୍‌ ବି ଆପଣଙ୍କ କଥାରେ ପ୍ରଭାବିତ ହେବେ। ମାନସମ୍ମାନ ମିଳିବ।

ମୀନ: ବଡ଼ ଧରଣର ଆର୍ଥିକ ଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା ପ୍ରସ୍ତୁତ କରିବେ।

 

Related story