୬ ଅକ୍ଟୋବର, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଭଲରେ କଟିନପାରେ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆଜି ସବୁ କାମ ମନଧ୍ୟାନ ଦେଇ କରନ୍ତୁ। ମନ ପ୍ରଫୁଲ୍ଲିତ ରହିବ। ଲକ୍ଷ୍ମୀମା’ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। ପରିବାର ସଦସ୍ୟଙ୍କ ସହିତ ଆନନ୍ଦରେ ଦିନଟି କାଟିବେ। ବୃଷ: ସାବଧାନ ରୁହନ୍ତୁ। ଚିନ୍ତିତ ରହିବେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ। ଆଖିରେ ସମସ୍ୟା ଦେଖାଯିବ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଆଜି ଯେକୌଣସି କାର୍ଯ୍ୟ ଆରମ୍ଭ କରିବେ ତାହା ସଂପୂର୍ଣ୍ଣ ହେବ ନାହିଁ। ମିଥୁନ: […]

zodaic

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 06:45 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆଜି ସବୁ କାମ ମନଧ୍ୟାନ ଦେଇ କରନ୍ତୁ। ମନ ପ୍ରଫୁଲ୍ଲିତ ରହିବ। ଲକ୍ଷ୍ମୀମା’ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। ପରିବାର ସଦସ୍ୟଙ୍କ ସହିତ ଆନନ୍ଦରେ ଦିନଟି କାଟିବେ।

ବୃଷ: ସାବଧାନ ରୁହନ୍ତୁ। ଚିନ୍ତିତ ରହିବେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ। ଆଖିରେ ସମସ୍ୟା ଦେଖାଯିବ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଆଜି ଯେକୌଣସି କାର୍ଯ୍ୟ ଆରମ୍ଭ କରିବେ ତାହା ସଂପୂର୍ଣ୍ଣ ହେବ ନାହିଁ।

ମିଥୁନ: ଆଜି ଦିନଟି ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ଧନପ୍ରାପ୍ତି ଯୋଗ ରହିଛି। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ସୁସ୍ୱାଦୁ ଭୋଜନ ଖାଇବେ। ଅଫିସ୍ ଅବା କର୍ମସ୍ଥଳରେ ବାତାବରଣ ଭଲ ରହିବ।

କର୍କଟ: ଦିନଟି ଭଲରେ ବିତିବ। ସବୁ କାର୍ଯ୍ୟ ସହଜରେ ସଂପନ୍ନ ହେବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି।

ସିଂହ: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ନିର୍ଦ୍ଧାରିତ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ପ୍ରୟାସ କରନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନ ଦେବେ। କୌଣସି ପ୍ରସଙ୍ଗକୁ ନେଇ ଆଜି ରାଗି ପାରନ୍ତି ଓ ଏଥିପାଇଁ ମନ ଅଶାନ୍ତ ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କୌଣସି ବାଧାର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଖାଇବା-ପିଇବା ଉପରେ ଧ୍ୟାନ ଦିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ହେବା କାମ ବିଗିଡ଼ି ଯାଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ତୁଳା: ମନୋରଞ୍ଜନରେ ଦିନଟି ଅତିବାହିତ ହେବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ମାନସମ୍ମାନ ମିଳିବ। ସୁସ୍ୱାଦୁ ଭୋଜନ ଖାଇବେ।

ବିଛା: ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଆୟ ବଢ଼ିପାରେ।

ଧନୁ: କିଛି ଅଶୁଭ ସମାଚାର ମିଳିପାରେ। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ବିବାଦରେ ପଡ଼ନ୍ତୁ ନାହିଁ। କୌଣସି କାର୍ଯ୍ୟରେ ଅସଫଳ ହେତୁ ଚିନ୍ତିତ ରହିବେ।

ମକର: କୌଣସି କଥାକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ପରିବାରରେ କାହା ସହିତ ମତଭେଦ ହୋଇପାରେ। ଫୂର୍ତ୍ତି ଅନୁଭବ କରିବେ ନାହିଁ। ଭଲ ନିଦ ହେବ ନାହିଁ। ମାନହାନିର ସମ୍ଭାବନା ରହିଛି।

କୁମ୍ଭ: ବ୍ୟବସାୟ ଠିକ୍‌ ଭାବେ ଚାଲିବ। ଖୁସି ଖବର ମିଳିବ। ବିରୋଧୀ ଚୁପ୍ ରହିବେ। ଧନଲାଭ ହୋଇପାରେ। ଦାମ୍ପତ୍ୟ ଜୀବନରେ ଥିବା ବିବାଦର ସମାଧାନ ହେବ।

ମୀନ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଗ ଓ କଥା ଉପରେ ବି ନିୟନ୍ତ୍ରଣ ରଖନ୍ତୁ। କାହା ସହିତ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟାବସ୍ଥା ମଧ୍ୟମ ରହିବ। ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ।

Related story