୭ ଡିସେମ୍ବର,ଶୁକ୍ରବାର: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ

ମେଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ। ବୃଷ: ଜୀବନସାଥୀଙ୍କ ସହିତ ବୁଝାମଣା ଠିକ୍ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କିଛି ଶୁଭ ସମାଚାର ମିଳିପାରେ। ବ୍ୟବସାୟୀଙ୍କ ପାଇଁ ବେପାର ଦୃଷ୍ଟିରୁ ଦିନଟି ବେଶ୍ ଭଲ ଅଛି। ମିଥୁନ: ସବୁ କାର୍ଯ୍ୟରେ ସଫଳତା ପାଇବେ। କୌଣସି ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଆୟଠାରୁ ବ୍ୟୟ ଅଧିକ ହେବ। କର୍କଟ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଫିସ୍‌ରେ ପ୍ରଶଂସିତ ହେବେ। କୌଣସି ଧାର୍ମିକ […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2

Tapaswini Nayak
  • Published: Friday, 07 December 2018
  • , Updated: 07 December 2018, 07:47 AM IST

ମେଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ।

ବୃଷ: ଜୀବନସାଥୀଙ୍କ ସହିତ ବୁଝାମଣା ଠିକ୍ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କିଛି ଶୁଭ ସମାଚାର ମିଳିପାରେ। ବ୍ୟବସାୟୀଙ୍କ ପାଇଁ ବେପାର ଦୃଷ୍ଟିରୁ ଦିନଟି ବେଶ୍ ଭଲ ଅଛି।

ମିଥୁନ: ସବୁ କାର୍ଯ୍ୟରେ ସଫଳତା ପାଇବେ। କୌଣସି ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଆୟଠାରୁ ବ୍ୟୟ ଅଧିକ ହେବ।

କର୍କଟ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଫିସ୍‌ରେ ପ୍ରଶଂସିତ ହେବେ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ସିଂହ: ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଆଜି ଦୂର ସ୍ଥାନକୁ ଯାତ୍ରା ନ କଲେ ଭଲ। ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ।

କନ୍ୟା: ଦିନଟି ଭଲରେ କଟିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ନୂଆ ବସ୍ତ୍ର କିଣିବାକୁ ମନ କରିବେ।

ତୁଳା: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। କ୍ୟାରିୟରରେ ସଫଳତା ମିଳିବ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ବିଚ୍ଛା: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। କାହାକୁ କଟୁ କଥା କୁହନ୍ତୁ ନାହିଁ।

ଧନୁ:  ନୂଆ ଦାୟିତ୍ୱ ନେଇପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

ମକର: ବ୍ୟସ୍ତତା ଭିତରେ ଦିନଟି କଟିବ। ମାନ-ସମ୍ମାନ ମିଳିବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ।

କୁମ୍ଭ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଜାବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ।

ମୀନ: ଆଜି କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ସନ୍ତାନସନ୍ତତିକୁ ନେଇ ଚିନ୍ତିତ ରହିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

Related story