୭ ଜୁଲାଇ, ଶନିବାର: ଏହି ରାଶିର ଲୋକେ ହଠାତ୍ ବଡ଼ ସୁଯୋଗ ପାଇପାରନ୍ତି

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଲାଭ ପାଇବେ। ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ବହୁ ଦିନରୁ ଅଟକି ରହିଥିବା କାମ ପୂରା ହେବ। ହଠାତ୍ ବଡ଼ ସୁଯୋଗ ମିଳିପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ବୃଷ: ଛୋଟ ଛୋଟ କଥାକୁ ନେଇ ପରିବାରରେ କଳହ ଉପୁଜିବାର ସମ୍ଭାବନା ରହିଛି। ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ନୁହେଁ। ଯଥା ସମ୍ଭବ କମ୍ କଥା କୁହନ୍ତୁ। ମିଥୁନ: ଆର୍ଥିକ ସ୍ଥିତ ସ୍ୱଚ୍ଛଳ ରହିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ […]

zodaic

Rakesh Mallick
  • Published: Saturday, 07 July 2018
  • , Updated: 07 July 2018, 10:10 AM IST

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଲାଭ ପାଇବେ। ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ବହୁ ଦିନରୁ ଅଟକି ରହିଥିବା କାମ ପୂରା ହେବ। ହଠାତ୍ ବଡ଼ ସୁଯୋଗ ମିଳିପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ।

ବୃଷ: ଛୋଟ ଛୋଟ କଥାକୁ ନେଇ ପରିବାରରେ କଳହ ଉପୁଜିବାର ସମ୍ଭାବନା ରହିଛି। ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ନୁହେଁ। ଯଥା ସମ୍ଭବ କମ୍ କଥା କୁହନ୍ତୁ।

ମିଥୁନ: ଆର୍ଥିକ ସ୍ଥିତ ସ୍ୱଚ୍ଛଳ ରହିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ସଫଳତା ମଳିପାରେ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ସିଂହ: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ସହକର୍ମୀଙ୍କ ସହଯୋଗ ମିଳିବ। ଘରୋଇ ଉପକରଣ କିଣି ପାରନ୍ତି।

କନ୍ୟା: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆଜି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ, କ୍ଷତି ହୋଇପାରେ। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ସ୍ୱାସ୍ଥ୍ୟ ଭଲ ରହି ନ ପାରେ। ଦିନଟି ଜଞ୍ଜାଳମୟ ରହିବ। ଏଣେତେଣେ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଲାଭ ହୋଇ ନ ପାରେ।

ବିଛା: ଆର୍ଥିକ ସ୍ଥିତି ଭଲ ରହିବ। ଚାକିରିରେ ନୂଆ ପଦବୀ ମିଳିପାରେ। ବ୍ୟବସାୟ ବଢ଼ାଇବା ପାଇଁ ଅବା କ୍ୟାରିୟର ପାଇଁ କୌଣସି ନୂଆ ଯୋଜନା କରୁଥିଲେ ତାହାକୁ ଗୁପ୍ତ ରଖନ୍ତୁ।

ଧନୁ: ଧନହାନିର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ। ହନୁମାନ ଚାଳିଶା ପାଠ କରନ୍ତୁ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଅଫିସରେ କାମର ବୋଝ ଅଧିକ ରହିବ। ଧନହାନିର ଯୋଗ ରହିଛି। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବାକୁ ଚାହୁଁଥିଲେ, କରନ୍ତୁ ନାହିଁ।

ମୀନ:  ଅଟକି ରହିଥିବା କାମ ଶେଷ ହେବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଯଥାରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

 

Related story