ମେଷ: କିଛି କାମରେ ସମସ୍ୟା ଦେଖାଦେଇପାରେ। କୌଣସି ସ୍ଥାନକୁ ଯାଇପାରନ୍ତି। ଭାଇ ଓ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଜାନନଙ୍କ ପୂଜା କରନ୍ତୁ, କାମରେ ସଫଳ ହେବେ।
ବୃଷ: କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। କଥା ହେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ୍ ସମସ୍ୟାରେ ପଡ଼ିପାରନ୍ତି। ଅର୍ଥପ୍ରାପ୍ତି ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ।
ମିଥୁନ: ଆଜିର ଦିନଟି ଭଲରେ କଟିବ। ଭଲ ଖାଇବା ସହ ନୂଆ ପୋଷାକ କିଣି ପାରନ୍ତି। ବନ୍ଧୁଙ୍କ ସହ ଦିନଟି କଟିବ। ଅର୍ଥପ୍ରାପ୍ତି ଯୋଗ ରହିଛି। ହେଲେ ବ୍ୟୟ ମଧ୍ୟ ଅଧିକ ହୋଇପାରେ।
କର୍କଟ: ଘରେ ଅଶାନ୍ତି ଦେଖା ଦେଇପାରେ। ମାନସିକ ସ୍ତରରେ ଅସ୍ଥିର ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କାହା ସହ ବାଦ-ବିବାଦ ହୋଇପାରେ। ଆଇନଗତ ଲଢ଼େଇରେ ଦେଖିଚାହିଁ ନିଷ୍ପତ୍ତି ନିଅନ୍ତୁ।
ସିଂହ: ଆଜିର ଦିନଟି ଆପଣଙ୍କ ଭଲରେ କଟିବ। କୌଣସି ଭଲ ସୁଯୋଗ ପାଇବେ, ହେଲେ ମାନସିକ ସ୍ତରରେ ସ୍ଥିର ନରହିଲେ ଏହା ହାତଛଡ଼ା ହୋଇଯିବାର ସମ୍ଭାବନା ରହିଛି। ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ।
କନ୍ୟା: କୌଣସି କାମ କରିବାକୁ ମନ ସ୍ଥିର କରିଥିଲେ, ଗଜାନନଙ୍କ କୃପାରୁ ଏହା ଆରମ୍ଭ କରିବାର ସୁଯୋଗ ମିଳିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି। ପିତାଙ୍କଠାରୁ ଲାଭ ମିଳିପାରେ। ବ୍ୟବସାୟ ଓ ଚାକିରି କରୁଥିବା ଲୋକେ ଆଗକୁ ବଢ଼ିବାର ସୁଯୋଗ ପାଇବେ।
ତୁଳା: କଳାପ୍ରେମୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ନୂଆ କାମ ଆରମ୍ଭ କରିପାରନ୍ତି। ବିଦେଶ ଗସ୍ତର ସୁଯୋଗ ପାଇବେ। ସ୍ୱାସ୍ଥ୍ୟାବସ୍ଥା ଠିକ୍ଠାକ୍ ରହିବ। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି।
ବିଛା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଖାଇବା, ପିଇବା ଉପରେ ଧ୍ୟାନ ଦିଅନ୍ତୁ।
ଧନୁ: ସୁସ୍ୱାଦୁ ଖାଦ୍ୟ ଖାଇବେ। ନୂଆ ପୋଷାକ କିଣି ପାରନ୍ତି। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ମକର: ବ୍ୟବସାୟ ଓ ଆର୍ଥିକ ସ୍ଥିତିକୁ ନେଇ ଦିନଟି ଭଲରେ କଟିବ। ଟଙ୍କା ଦେଣନେଣରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ମିଳିବ। ଅର୍ଥପ୍ରାପ୍ତି ଯୋଗ ରହିଛି। ବିରୋଧୀ ହଇରାଣ କରିପାରିବେ ନାହିଁ।
କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ମାନସିକ ଅଶାନ୍ତି ଓ ସମସ୍ୟାରେ ଦିନଟି କଟିବ। ବିଚାରଗତ ସମସ୍ୟା କାରଣରୁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ପିଲାମାନଙ୍କୁ ନେଇ ସମସ୍ୟାରେ ପଡ଼ିପାରନ୍ତି। ପେଟ ସମସ୍ୟା ଦେଖାଦେଇପାରେ। କାମରେ ଅସଫଳ ହୋଇପାରନ୍ତି।
ମୀନ: ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କାହା ସହ ମତାନ୍ତର ହୋଇପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ମନ ଭଲ ରହିବ ନାହିଁ। ଚାକିରି କ୍ଷେତ୍ରରେ ସମସ୍ୟାରେ ପଡ଼ିପାରନ୍ତି।