୮ମେ’,ବୁଧବାର: ଜଳାଶୟଠାରୁ ଦୂରେଇ ରୁହନ୍ତୁ

ମେଷ: କୌଣସି କଥାକୁ ନେଇ ଆଜି ଚିନ୍ତିତ ରହିବେ। ଖାଦ୍ୟପେୟରେ ଅନିୟମିତତା ଦେଖାଦେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ବୃଷ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ଦିନଟି ଆନନ୍ଦରେ କଟିବ। ମିଥୁନ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ଦିନଟି କାଟିବେ। କର୍କଟ: ସାଙ୍ଗସାଥୀଙ୍କ ସହ ବୁଲିବାକୁ […]

astro-ok-new-2-1-1

Tapaswini Nayak
  • Published: Wednesday, 08 May 2019
  • , Updated: 08 May 2019, 07:30 AM IST

ମେଷ: କୌଣସି କଥାକୁ ନେଇ ଆଜି ଚିନ୍ତିତ ରହିବେ। ଖାଦ୍ୟପେୟରେ ଅନିୟମିତତା ଦେଖାଦେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ।

ବୃଷ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ଦିନଟି ଆନନ୍ଦରେ କଟିବ।

ମିଥୁନ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ଦିନଟି କାଟିବେ।

କର୍କଟ: ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଇପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ଶୁଭ ଖବର ମିଳିପାରେ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

କନ୍ୟା: ମାନ-ସମ୍ମାନ ବୃଦ୍ଧି ପାଇବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ତୁଳା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ମନ ପ୍ରସନ୍ନ ରହିବ। ପଦୋନ୍ନତିର ଯୋଗ ରହିଛି।

ବିଛା: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ପେଟ ଜନିତ ଯନ୍ତ୍ରଣା ଆପଣଙ୍କ ଚିନ୍ତା ବଢ଼ାଇବ ।

ମକର: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଭଲ ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ। କୌଣସି ଖୁସି ଖବର ମିଳିପାରେ।

ମୀନ: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

Related story