୯ ଜୁଲାଇ, ସୋମବାର: ଏହି ରାଶି ଲୋକଙ୍କର ଧନପ୍ରାପ୍ତି ଯୋଗ ରହିଛି

ମେଷ: ଆର୍ଥିକ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟଭାର ଅଧିକ ରହିବ। ଉଭୟ ଅଫିସ୍ ଓ ଘରୋଇ କାର୍ଯ୍ୟରେ  ବ୍ୟସ୍ତ ରହିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ମିଥୁନ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। […]

zodaic

Rakesh Mallick
  • Published: Monday, 09 July 2018
  • , Updated: 09 July 2018, 07:30 AM IST

ମେଷ: ଆର୍ଥିକ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟଭାର ଅଧିକ ରହିବ। ଉଭୟ ଅଫିସ୍ ଓ ଘରୋଇ କାର୍ଯ୍ୟରେ  ବ୍ୟସ୍ତ ରହିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି।

ମିଥୁନ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଅଯଥାରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ କି ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ପ୍ରେମିକପ୍ରେମିକାଙ୍କ ମଧ୍ୟରେ ମତଭେଦ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।

ସିଂହ: ସମସ୍ତଙ୍କ ଉପରେ ସନ୍ଦେହ କରିବେ। କଥା କଥାରେ ରାଗି ଯିବେ। ସବୁ କାର୍ଯ୍ୟ ବିଳମ୍ବିତ ହେବ।

କନ୍ୟା: ସୁସ୍ୱାଦୁ ଭୋଜନ ଖାଇବେ। ବ୍ୟବସାୟ ଠିକ୍ ବାଟରେ ଚାଲିବ। ଆଖିରେ ଯନ୍ତ୍ରଣା ହୋଇପାରେ।

ତୁଳା: ପୁରୁଣା ରୋଗ କଷ୍ଟ ଦେବ। ଶୋକ ସମାଚାର ମିଳିପାରେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଘର କାମରେ ବ୍ୟସ୍ତ ରହିବେ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଭଲ ଅଛି। ଘରୋଇ କମ୍ପାନୀରେ ଚାକିରି କରୁଥିବା ଲୋକେ ନୂଆ ସୁଯୋଗ ପାଇପାରନ୍ତି। ସବୁ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ଅର୍ଥଲାଭ ହେବ।

ଧନୁ: ଶୁଭ ଖବର ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ମନ ଶାନ୍ତ ରହିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ।

ମକର: ଆୟ ବଢ଼ିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। କାହା ସହିତ ଝଗଡ଼ା କରନ୍ତୁ ନାହିଁ। ପରିବାରକୁ ସମୟ ଦେବାକୁ ପ୍ରୟାସ କରନ୍ତୁ।

କୁମ୍ଭ:  ଆୟ ତୁଳନାରେ ଅଧିକ ବ୍ୟୟ ହେବ। ଚିନ୍ତିତ ରହିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି।

ମୀନ: ସମାଜରେ ମାନସମ୍ମାନ ବଢ଼ିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ପରିବାର ଲୋକଙ୍କଠାରୁ ସହଯୋଗ ମିଳିବ। ଆୟ ବୃଦ୍ଧି ଯୋଗ ରହିଛି।

Related story