୯ ସେପ୍ଟେମ୍ବର, ରବିବାର: ନିଜ ଅହଙ୍କାର ପାଇଁ ଏହି ରାଶିର ଲୋକେ ଅସୁବିଧାରେ ପଡ଼ିବେ

ମେଷ: ଅସୁସ୍ଥ ଅନୁଭବ କରିବେ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ନାକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ବୃଷ: ଆତ୍ମବିଶ୍ୱାସ ବଢ଼ିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଅବସ୍ଥା ଭଲ ରହିବ। ଘରକୁ ଅତିଥି ଆସିପାରନ୍ତି। ମିଥୁନ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଆଦୌ ଭଲ ନୁହେଁ। କାହା ସହିତ ଯୁକ୍ତିତର୍କ ହୋଇପାରେ। ଏଣୁ ମନକୁ ଶାନ୍ତ ରଖନ୍ତୁ ଓ ଅଯଥା ଜିନିଷରେ ମୁଣ୍ଡ ପୂରାନ୍ତୁ […]

RasiFala

Jitendra Garnayak
  • Published: Sunday, 09 September 2018
  • , Updated: 09 September 2018, 02:11 AM IST

ମେଷ: ଅସୁସ୍ଥ ଅନୁଭବ କରିବେ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ନାକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ।

ବୃଷ: ଆତ୍ମବିଶ୍ୱାସ ବଢ଼ିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଅବସ୍ଥା ଭଲ ରହିବ। ଘରକୁ ଅତିଥି ଆସିପାରନ୍ତି।

ମିଥୁନ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଆଦୌ ଭଲ ନୁହେଁ। କାହା ସହିତ ଯୁକ୍ତିତର୍କ ହୋଇପାରେ। ଏଣୁ ମନକୁ ଶାନ୍ତ ରଖନ୍ତୁ ଓ ଅଯଥା ଜିନିଷରେ ମୁଣ୍ଡ ପୂରାନ୍ତୁ ନାହି।

କର୍କଟ: ନକାରାତ୍ମକ ଭାବନା ମନକୁ କବଳିତ କରିପାରେ। ଆଖିରେ ଯନ୍ତ୍ରଣା ହୋଇପାରେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ସିଂହ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ କୌଣସି ସମସ୍ୟା ହେବ ନାହିଁ। ବାପାଙ୍କଠାରୁ ଅର୍ଥ ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ନିଜ ଅହଙ୍କାର ପାଇଁ ଅସୁବିଧାରେ ପଡ଼ିବେ। ଆପଣଙ୍କ ମତକୁ ଅନ୍ୟମାନେ ଗ୍ରହଣ କରି ନପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦିଅନ୍ତୁ।

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। ଧନ ବଢ଼ିବ। କୌଣସି ମହିଳାଙ୍କଠାରୁ ସାହାଯ୍ୟ ପାଇବେ। କୌଣସି ସ୍ଥାନକୁ ବୁଲାବୁଲି କରିଯିବାକୁ ମନ ବଳାଇବେ।

ବିଛା: ଦିନଟି ବେଶ୍ ଭଲ ରହିବ। ପରିବାର ଲୋକଙ୍କ ସହିତ ଦିନଟି ବିତାଇବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ସମାଜରେ ମାନସମ୍ମାନ ବଢ଼ିବ।

ଧନୁ: ଆଜି କୌଣସି ସ୍ଥାନକୁ ଯାତ୍ରା ନକଲେ ଭଲ। ମନ ଅସ୍ଥିର ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କୌଣସି ସମସ୍ୟାରେ ପଡ଼ିପାରନ୍ତି। ତେବେ ଆତ୍ମବିଶ୍ୱାସକୁ କମିବାକୁ ଦିଅନ୍ତୁ ନାହିଁ।

ମକର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ପ୍ରେମ ପାଇଁ ଦିନଟିକୁ ଅନୁକୂଳ ନୁହେଁ। ପ୍ରତିଟି କାର୍ଯ୍ୟ ଠିକ୍ ଭାବେ ସଂପନ୍ନ କରିବାକୁ ପ୍ରୟାସ କରିବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଯାନବାହନ ସୁଖ ମିଳିବ।

ମୀନ: ଦିନଟି ଭଲରେ କଟିବ। ଆତ୍ମବିଶ୍ୱାସର ସହ ସବୁ କାମ କରିବେ। ସହକର୍ମୀଙ୍କ ସହଯୋଗ ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

Related story