୧୧ ଅଗଷ୍ଟ, ରବିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ଦିନଟି ଭଲରେ କଟିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଭାଗ୍ୟ ବୃଦ୍ଧି ହେବ।

ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅପରାହ୍ଣ ପରେ ବିଦେଶରୁ ଖୁସି ଖବର ଶୁଣିପାରନ୍ତି।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଯଶକୀର୍ତ୍ତି ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ଶରୀର ସୁସ୍ଥ ରହିବ। ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ସିଂହ: ଘରକୁ ଅତିଥି ଆସିପାରନ୍ତି। ମାଆଙ୍କ ସହ ମତାନ୍ତର ହୋଇପାରେ। କୌଣିସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ମାନ-ସମ୍ମାନ ମିଳିବ।

ତୁଳା: ମନୋବଳ ଦୁର୍ବଳ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ବିଚ୍ଛା: ଉପହାର ମିଳିବ। ଅପରାହ୍ଣରେ ଶୁଭ ଖବର ଶୁଣି ପାରନ୍ତି। ରାଗ ଉପରେ ନିୟନ୍ତ୍ରଣ କରନ୍ତୁ।

ଧନୁ: ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ମକର: ବିବାହ ସ୍ଥିର ହୋଇପାରେ। ନିବେଶରୁ ଭଲ ଲାଭ ମିଳିବ। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

କୁମ୍ଭ: ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

 ମୀନ: ମନ ବିଚଳିତ ରହିବ। ଅଳସୁଆ ଅନୁଭବ କରିବେ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।