ମେଷ: ବନ୍ଧୁଙ୍କ ସାହାଯ୍ୟ ମିଳିବ। ବଡ଼ମାନଙ୍କ ଠାରୁ ସ୍ନେହ ଆଦର ପାଇବେ। ଯାତ୍ରା କରନ୍ତୁ ନାହିଁ।
ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଳାସ ବ୍ୟସନରେ ଦିନଟି କଟିବ।
ମିଥୁନ: ଧର୍ମାନୁଷ୍ଠାନ କାର୍ଯ୍ୟପ୍ରତି ମନ ବଳିବ। ସାମାଜିକ କାର୍ଯ୍ୟରେ ଅଧିକ ଦାନ ଖର୍ଚ୍ଚ କରିବେ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।
କର୍କଟ: ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ସହକର୍ମୀଙ୍କ ସହ ଝଗଡ଼ା ହୋଇପାରେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ସିଂହ: ପରିବାରରେ ସୁଖ ଶାନ୍ତି ଦେଖାଯିବ। ଅନେକ ଲୋକ ଇଷର୍ବାନିତ ହୋଇପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।
କନ୍ୟା: କର୍ମକ୍ଷେତ୍ରରେ ବହୁ ପରିଶ୍ରମ କରିବାକୁ ପଡିପାରେ। ଆୟଠାରୁ ବ୍ୟୟ ଅଧିକ ହେବ। ଧାରଉଧାର କରନ୍ତୁ ନାହିଁ।
ତୁଳା: ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସୁଫଳ ପାଇବେ। ଉଚ୍ଚ ଅଧିକାରୀଙ୍କ ସହ ଭେଟ ହୋଇପାରେ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।
ବିଛା: ଗୃହସ୍ଥମାନେ ଅତିଥି ସେବାରେ ସୁଯୋଗ ପାଇବେ। ଜମିଜମାକୁ ନେଇ କଳହ ଉପୁଜିପାରେ। ଲାଲ ଚନ୍ଦନ ଟୀକା ମଥାରେ ଲଗାନ୍ତୁ ।
ଧନୁ: ପ୍ରିୟ ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ। ଅଳୁସୁଆ ଲାଗିବ। କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ।
ମକର: ଧନପ୍ରାପ୍ତିର ଯୋଗ ରହିଛି। ଚାକିରୀ କ୍ଷେତ୍ରରେ ସମ୍ମାନ୍ନିତ ହେବେ। ଭଲ କଥା କହି ଅନ୍ୟକୁ ଆକର୍ଷିତ କରିବେ।
କୁମ୍ଭ: ମାନସିକ ଦୁଶ୍ଚିନ୍ତା ବଢିବ। କର୍ମକ୍ଷେତ୍ରରେ ଭୟ ସୃଷ୍ଟି ହୋଇପାରେ।ପୁରୁଣା ରୋଗର ନିରାକରଣ ହେବ।
ମୀନ: ଅପମାନିତ ହୋଇପାରନ୍ତି। ସନ୍ତାନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।