୧୨ ଅକ୍ଟୋବର, ଶନିବାର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ। ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ବାଦ-ବିବାଦ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। କର୍କଟ: ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ସିଂହ: ନୂତନ କାର୍ଯ୍ୟ ଆରମ୍ଭ […]

astro-ok-new-4

Jyoshna Pradhan
  • Published: Saturday, 12 October 2019
  • , Updated: 12 October 2019, 07:12 AM IST

ମେଷ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ।

ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ବାଦ-ବିବାଦ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ।

କର୍କଟ: ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଉପହାର ମିଳିପାରେ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ତୁଳା: ଅଧିକ ପରିଶ୍ରମ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ବିଦେଶ ଯାତ୍ରା କରିପାରନ୍ତି।

ବିଚ୍ଛା: ଶରୀର ଫୂର୍ତ୍ତି ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।  ଅଳସୁଆ ଅନୁଭବ କରିପାରନ୍ତି।

ଧନୁ: ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିପାରନ୍ତି।

ମକର: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଖେଳାଳିଙ୍କ ପାଇଁ ଦିନଟି ଭଲରେ କଟିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟର୍‌ରେ ପରିବର୍ତ୍ତନ କରିପାରନ୍ତି। ମାନ-ସମ୍ମାନ ମିଳିବ।

Related story