୧୪ ଫେବ୍ରୁଆରୀ, ଶୁକ୍ରବାର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ

ମେଷ: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ଶରୀର ସୁସ୍ଥ ରହିବ। ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ମିଥୁନ: ଖର୍ଚ୍ଚ ବଢ଼ିବ। ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ। କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ମନ ବିଚଳିତ ରହିବ। ସିଂହ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଧନପ୍ରାପ୍ତି ଯୋଗ […]

astro-1-2-300x172-1-300x172

Niharika Rout
  • Published: Friday, 14 February 2020
  • , Updated: 14 February 2020, 07:15 AM IST

ମେଷ: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ଶରୀର ସୁସ୍ଥ ରହିବ।

ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ଖର୍ଚ୍ଚ ବଢ଼ିବ। ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ।

କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ମନ ବିଚଳିତ ରହିବ।

ସିଂହ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ।

ତୁଳା: ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଧନପ୍ରାପ୍ତି ଯୋଗ ରହିଛି।

ବିଚ୍ଛା: ଦିନଟି ଭଲରେ କଟିବ। ଅପରାହ୍ଣ ପରେ ବିଦେଶରୁ ଶୁଭ ଖବର ଶୁଣି ପାରନ୍ତି। ମଧ୍ୟାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ଧନୁ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ନୂତନ ପୋଷାକ କିଣିପାରନ୍ତି। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର: ଯାନବାହନ ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ଅପରାହ୍ଣଣ ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବିଦେଶରୁ ଖୁସି ଖବର ଶୁଣିପାରେ। ଘରକୁ ଅତିଥି ଆସି ପାରନ୍ତି।

ମୀନ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

Related story