ମେଷ: ତରବରିଆ ହୋଇ କୌଣସି ନିଷ୍ପତ୍ତ ନିଅନ୍ତୁ ନାହିଁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ଅପରାହ୍ଣ ପରେ ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।
ମିଥୁନ: ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଖର୍ଚ୍ଚ ବଢ଼ିବ। ପରିବାରରେ ହସଖୁସିର ପରିବେଶ ରହିବ। ଦୁର୍ଘଟଣା ଯୋଗ ରହିଛି, ସତର୍କ ରୁହନ୍ତୁ।
କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଲାଗି ରହିଥିବା ସମସ୍ୟା ସମାଧାନ ହେବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ସିଂହ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
କନ୍ୟା: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଏତେଟା ଭଲରେ କଟିବ ନାହିଁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି।
ତୁଳା: ମନ ବିଚଳିତ ରହିବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ସମୟ ବିତାଇବେ।
ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେବା ପାଇଁ ଯୋଜନା କରିପାରନ୍ତି। ମନ ଖୁସି ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
ମକର: କ୍ୟାରିଅର୍ରେ ପରିବର୍ତ୍ତନ କରିପାରନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।
କୁମ୍ଭ: ଧନପ୍ରାପ୍ତି ଯୋଗ ରହିଛି। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ମୀନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।