ମେଷ: ମନ ଭଲ ରହିବ ନାହିଁ। ବାଦ-ବିବାଦରେ ପଡ଼ିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବିଫଳ ହୋଇପାରନ୍ତି।
ବୃଷ: ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନୂଆ ବନ୍ଧୁ ମିଳିପାରନ୍ତି। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।
ମିଥୁନ: ଦିନଟି ଭଲରେ କଟିବ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଆୟ ଅନୁସାରେ ବ୍ୟୟ ବଢ଼ିବ।
କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ।
ସିଂହ: କୌଣସି ଶୁଭ ଖବର ଶୁଣିପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।
କନ୍ୟା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାହା ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।
ତୁଳା: ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ।
ବିଛା: ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହେବେ। ସନ୍ତାନଙ୍କ ସହ ମତଭେଦ ହୋଇପାରେ। ଉଚ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ ହୋଇପାରେ।
ଧନୁ: ଆଜି ଟିକେ ସତର୍କ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।
ମକର: ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ଦେଖାଯାଇପାରେ। ଖର୍ଚ୍ଚ ବଢ଼ିବ।
କୁମ୍ଭ: ବ୍ୟସ୍ତତା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଅପରାହ୍ଣ ପରେ ଆଖିରେ ଯନ୍ତ୍ରଣା ଅନୁଭବ କରିବେ।
ମୀନ: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ନୂତନ ପୋଷାକ କିଣି ପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।