୧୫ ଜୁଲାଇ, ସୋମବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସତର୍କ ରହି କାମ କରନ୍ତୁ। ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ମିଥୁନ: ଦିନଟି ଭଲରେ କଟିବ। ଋଣରୁ ମୁକ୍ତି ପାଇବେ। ବାପାମା’ଙ୍କ ସହ ସମୟ ବିତାଇବେ। କର୍କଟ: ମାନ-ସମ୍ମାନ ମିଳିବ। ଅପରାହ୍ଣରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ସିଂହ: ଆଜି ଆପଣଙ୍କୁ ମିଶ୍ରଫଳ ମିଳିବ। […]

astro-ok-new

Tapaswini Nayak
  • Published: Monday, 15 July 2019
  • , Updated: 15 July 2019, 07:55 AM IST

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସତର୍କ ରହି କାମ କରନ୍ତୁ।

ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।

ମିଥୁନ: ଦିନଟି ଭଲରେ କଟିବ। ଋଣରୁ ମୁକ୍ତି ପାଇବେ। ବାପାମା’ଙ୍କ ସହ ସମୟ ବିତାଇବେ।

କର୍କଟ: ମାନ-ସମ୍ମାନ ମିଳିବ। ଅପରାହ୍ଣରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ସିଂହ: ଆଜି ଆପଣଙ୍କୁ ମିଶ୍ରଫଳ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଶରୀରର ଯତ୍ନ ନିଅନ୍ତୁ।

କନ୍ୟା: ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ବିବାହ ସ୍ଥିର ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ପୋଷାକ କିଣି ପାରନ୍ତି।

ଧନୁ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ମକର: ପଦୋନ୍ନତିର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କୁମ୍ଭ: ଶରୀର ଫୂର୍ତ୍ତି ରହିବ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ପାଚନ ତନ୍ତ୍ରରେ ଯନ୍ତ୍ରଣା ହୋଇପାରେ।

ମୀନ: ଧାଁଦୌଡ଼ରେ ଦିନଟି କଟିବ। ମନକୁ ସ୍ଥିର ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

Related story