ମେ’୧୫, ବୁଧବାର: ଦ୍ୱନ୍ଦ୍ୱରେ ରହିବେ

ମେଷ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତ ନିଅନ୍ତୁ ନାହିଁ। ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍କଟ: ଖର୍ଚ୍ଚ ବଢ଼ିବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ। ଦୁର୍ଘଟଣା […]

astro-ok-new

Tapaswini Nayak
  • Published: Wednesday, 15 May 2019
  • , Updated: 15 May 2019, 09:02 AM IST

ମେଷ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରନ୍ତି।

ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତ ନିଅନ୍ତୁ ନାହିଁ।

ମିଥୁନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କର୍କଟ: ଖର୍ଚ୍ଚ ବଢ଼ିବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ। ଦୁର୍ଘଟଣା ଯୋଗ ରହିଛି, ସତର୍କ ରୁହନ୍ତୁ।

ସିଂହ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଏତେଟା ଭଲରେ କଟିବ ନାହିଁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି।

ତୁଳା: ମନ ବିଚଳିତ ରହିବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ସମୟ ବିତାଇବେ।

ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେବା ପାଇଁ ଯୋଜନା କରିପାରନ୍ତି। ମନ ଖୁସି ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

କୁମ୍ଭ: ଧନପ୍ରାପ୍ତି ଯୋଗ ରହିଛି। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମୀନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।

Related story