ମେଷ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅଳସୁଆ ଅନୁଭବ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।
ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।
ମିଥୁନ: ପରିବାରରେ ହସଖୁସିର ପରିବେଶ ରହିବ। ନୂତନ ପୋଷାକ କିଣି ପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ପଦୋନ୍ନତିର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ସିଂହ: ସାହିତ୍ୟ-କଳା କ୍ଷେତ୍ରରେ ରୁଚି ବଢ଼ିବ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ।
କନ୍ୟା: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ତୁଳା: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। ମଧ୍ୟାହ୍ଣ ପରେ ଶରୀର ଫୂର୍ତ୍ତି ରହିବ।
ବିଚ୍ଛା: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅଟକି ରହିଥିବା କର୍ଯ୍ୟ ସଂପୂର୍ଣ୍ଣ ହେବ। ଭାଗ୍ୟ ବୃଦ୍ଧି ହେବ।
ଧନୁ: ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।
ମକର: ଆଇନ୍ଗତ ମାମଲାରେ ବିଜୟୀ ହେବେ। ଯାନବାହନ ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ।
କୁମ୍ଭ: ଦିନଟି ଭଲରେ କଟିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ମୀନ: ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।