୧୮ ଫେବ୍ରୁଆରୀ,ମଙ୍ଗଳବାର: ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଶରୀର ଫୂର୍ତ୍ତି ରହିବ। ବୃଷ: ବିବାହ ସ୍ଥିର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ। ମିଥୁନ: ଅଳସୁଆ ଅନୁଭବ କରିବେ।  ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। କର୍କଟ:  ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ। କନ୍ୟା:  ନୂତନ କାର୍ଯ୍ୟ […]

ttttttttttttttttt-2

Niharika Rout
  • Published: Tuesday, 18 February 2020
  • , Updated: 18 February 2020, 07:18 AM IST

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଶରୀର ଫୂର୍ତ୍ତି ରହିବ।

ବୃଷ: ବିବାହ ସ୍ଥିର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ।

ମିଥୁନ: ଅଳସୁଆ ଅନୁଭବ କରିବେ।  ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

କର୍କଟ:  ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ।

କନ୍ୟା:  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ଋଣ ଦିଅନ୍ତୁ ନାହିଁ।

ତୁଳା: ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି। ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ବିଚ୍ଛା: ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ଧନୁ:  କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ମକର: ଦ୍ୱନ୍ଦ୍ୱ ଭିତରେ ରହିବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ନୂତନ ପୋଷାକ କିଣିପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ।

ମୀନ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖର୍ଚ୍ଚ ବଢ଼ିବ।

 

Related story