ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ। ପରିବାର ସଦସ୍ୟଙ୍କ ହସଖୁସିରେ ସମୟ ବିତିବ ।
ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଯୋଗ କରନ୍ତୁ। ଖାଦ୍ୟପେୟ ପ୍ରତି ଧ୍ୟାନ ରଖନ୍ତୁ।
ମିଥୁନ: ମନ ଖୁସି ରହିବ। ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଦାମ୍ପତ୍ୟ ଜୀବନ ଭଲରେ କଟିବ।
କର୍କଟ: ଆର୍ଥିକ ସ୍ଥିତି ଭଲ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ମାନ-ସମ୍ମାନ ମିଳିବ।
ସିଂହ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଶରୀର ସୁସ୍ଥ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
କନ୍ୟା: ଚିନ୍ତିତ ରହିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
ତୁଳା: ଦିନଟି ଭଲରେ କଟିବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।
ବିଚ୍ଛା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।
ମକର: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି।
କୁମ୍ଭ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ନୂତନ ଯାନବାହନ କିଣି ପାରନ୍ତି। କ୍ୟାରିଅରରେ ସଫଳତା ମିଳିବ।
ମୀନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପଦୋନ୍ନତିର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।