ଜୁନ ୧୦, ବୁଧବାର: ସକାରାତ୍ମକ ଚିନ୍ତାଧାରା ବଢ଼ିବ

ମେଷ- ନିଜ ସମ୍ପର୍କୀୟଙ୍କଠାରୁ କିଛି ସାହାଯ୍ୟ ପାଇପାରନ୍ତି। ବ୍ୟବସାୟରେ ଲାଭ ମିଳିବ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ଲାଲ ମନ୍ଦାର ଗଣେଶଙ୍କୁ ଅର୍ପଣ କରନ୍ତୁ। ବୃଷ- କର୍ମକ୍ଷେତ୍ରରେ ଆଇନର ସହାୟତା ନେଇପାରନ୍ତି। ସକାରାତ୍ମକ ଚିନ୍ତାଧାରା ବଢ଼ିବ। ବସ୍ତ୍ର ଆଦି ବ୍ୟବସାୟରେ ଲାଭ ହେବ। ଗାଈକୁ ଚାରା ଖାଇବାକୁ ଦିଅନ୍ତୁ। ମିଥୁନ- ଶରୀର ଓ ମନ ଅସୁସ୍ଥ ରହିବ। ଛୋଟ କାମକୁ ନଜର ଅନ୍ଦାଜ କରନ୍ତୁ ନାହିଁ। ଗୃହକୁ ନିକଟ ସମ୍ପର୍କୀୟଙ୍କ ଆଗମନ ହୋଇପାରେ । ବିଷ୍ଣୁ ସହସ୍ର ନାମ […]

rashi5

Niharika Rout
  • Published: Wednesday, 10 June 2020
  • , Updated: 10 June 2020, 08:13 AM IST

ମେଷ- ନିଜ ସମ୍ପର୍କୀୟଙ୍କଠାରୁ କିଛି ସାହାଯ୍ୟ ପାଇପାରନ୍ତି। ବ୍ୟବସାୟରେ ଲାଭ ମିଳିବ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ଲାଲ ମନ୍ଦାର ଗଣେଶଙ୍କୁ ଅର୍ପଣ କରନ୍ତୁ।

ବୃଷ- କର୍ମକ୍ଷେତ୍ରରେ ଆଇନର ସହାୟତା ନେଇପାରନ୍ତି। ସକାରାତ୍ମକ ଚିନ୍ତାଧାରା ବଢ଼ିବ। ବସ୍ତ୍ର ଆଦି ବ୍ୟବସାୟରେ ଲାଭ ହେବ। ଗାଈକୁ ଚାରା ଖାଇବାକୁ ଦିଅନ୍ତୁ।

ମିଥୁନ- ଶରୀର ଓ ମନ ଅସୁସ୍ଥ ରହିବ। ଛୋଟ କାମକୁ ନଜର ଅନ୍ଦାଜ କରନ୍ତୁ ନାହିଁ। ଗୃହକୁ ନିକଟ ସମ୍ପର୍କୀୟଙ୍କ ଆଗମନ ହୋଇପାରେ । ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

କର୍କଟ- ମାନସିକ ଶାନ୍ତି ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଔଷଧ ଦୋକାନୀ ଲାଭବାନ ହେବେ।

ସିଂହ- ପ୍ରେମ ସମ୍ବନ୍ଧ ସୁଦୃଢ ହେବ। ଋଣରୁ ମୁକ୍ତି ପାଇବେ। ଶତ୍ରୁମାନେ ପରାଜିତ ହେବେ। ଲାଲ ଚନ୍ଦନ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା - ସନ୍ତାନମାନଙ୍କ ଚିନ୍ତା ସାମାନ୍ୟ ଦୂରୀଭୂତ ହେବ। କଳାକାରମାନଙ୍କ ପାଇଁ ନୂଆ ରାସ୍ତା ଖୋଲିବ। ଆପଣଙ୍କ ଉପଦେଶ ଅନ୍ୟମାନଙ୍କ କାମରେ ଲାଗିବ। ଗାଈକୁ ଚଣାଗୁଡ ଖାଇବାକୁ ଦିଅନ୍ତୁ।

ତୁଳା - ଆତ୍ମୀୟଙ୍କ ସହ ମତାନ୍ତର ହୋଇପାରେ। ଯାନବାହନ ଚାଳନାରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇପାରନ୍ତି।  ହ୍ରୀଂ ଶୁକ୍ରାୟ ନମଃ ୧୦ ଥର ଜପ କରନ୍ତୁ।

ବିଛା- ନୂତନ ବନ୍ଧୁଙ୍କ ସହ ସାକ୍ଷାତ ହେବ।  ଶୁଭ ଖବର ମିଳିପାରେ। କବିତା ଲେଖାରେ ମନ ବଳାଇବେ। ଲାଲ ଚନ୍ଦନ ଟିକା ମଥାରେ ଲଗାନ୍ତୁ।

ଧନୁ-  କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ। କଥାବର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ।  ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ହଳଦୀ ଚନ୍ଦନ ଟିକା ମଥାରେ ଲଗାନ୍ତୁ।

ମକର- ପଦ ପ୍ରତିଷ୍ଠା ମାନ ସମ୍ମାନ ବଢିବ। ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସହାୟତା ମିଳିବ। ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ- ଆୟଠାରୁ ବ୍ୟୟ ଅଧିକ ହେବ। ମାନସିକ ଦୁଶ୍ଚିନ୍ତା ବଢିପାରେ। କଠିନରୁ କଠିନ କାମ କରି ସଫଳତା ପାଇବେ। ଭିନ୍ନକ୍ଷମଙ୍କୁ ସାହାଯ୍ୟ କରନ୍ତୁ ।

ମୀନ- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟରେ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନମୋ ଭଗବତେ ବାସୁଦେବାୟ ୧୨ ଥର ଜପ  କରନ୍ତୁ।

Related story