୨୧ ଏପ୍ରିଲ୍‌, ମଙ୍ଗଳବାର: ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ମେଷ: ସହଯୋଗୀମାନେ ସହଯୋଗ କରିବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ। ବୃଷ: ମାନ ସମ୍ମାନ ବୃଦ୍ଧି ହେବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ। ମିଥୁନ: ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। କର୍କଟ: ସାମ୍ବାଦିକ ମାନେ ପ୍ରଶଂସିତ ହେବେ। ସଚ୍ଚୋଟ ବ୍ୟକ୍ତି ରୂପେ ସମାଜର ସ୍ୱୀକୃତ ପାଇବେ। ବରିଷ୍ଠକର୍ମୀଙ୍କ ପ୍ରିୟପାତ୍ର ହେବେ। ସିଂହ: ସାମାଜିକ […]

astrology-123333

Tapaswini Nayak
  • Published: Tuesday, 21 April 2020
  • , Updated: 21 April 2020, 07:35 AM IST

ମେଷ: ସହଯୋଗୀମାନେ ସହଯୋଗ କରିବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ: ମାନ ସମ୍ମାନ ବୃଦ୍ଧି ହେବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ସାମ୍ବାଦିକ ମାନେ ପ୍ରଶଂସିତ ହେବେ। ସଚ୍ଚୋଟ ବ୍ୟକ୍ତି ରୂପେ ସମାଜର ସ୍ୱୀକୃତ ପାଇବେ। ବରିଷ୍ଠକର୍ମୀଙ୍କ ପ୍ରିୟପାତ୍ର ହେବେ।

ସିଂହ: ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ସୁଯୋଗ ହାତ ପାହାନ୍ତାରେ ପାଇ ସଫଳତା ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା: ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ। କର୍ମକ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା: ସମାଜସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ। ସନ୍ତାନମାନଙ୍କର ଶୁଭ ଖବର ପାଇ ଖୁସି ହେବେ। ସାମ୍ବାଦିକମାନେ ଉର୍ଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ।

ଧନୁ: ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ। ବନ୍ଧୁବାନ୍ଧବଙ୍କଠାରୁ ସହଯୋଗ ପ୍ରାପ୍ତ ହେବ। ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବନ ହେବେ।

ମକର:ସାମାଜିକ ପତିଆରା ଅମଳିନ ରହିବ। ବନ୍ଧୁଙ୍କ ସହଯୋଗରେ ଆର୍ଥିକ ଲାଭ ହେବ। ବିଦ୍ୟାର୍ଥୀମାନେ ଶୁଭ ସମାଚାର ଶୁଣିବେ।

କୁମ୍ଭ : ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ନାନା ବାଟରେ ଧନାଗମ ଘଟିବ। ଗୃହ ସମସ୍ୟାକୁ ସମାଧାନ କରିପାରିବେ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମୀନ: ସମାଜସେବା କାର୍ଯ୍ୟରେ ବନ୍ଧୁଙ୍କର ସହଯୋଗ ପାଇବେ। ଅସହାୟମାନଙ୍କୁ ସାହାଯ୍ୟ କରି ସ୍ୱନାମ ଅର୍ଜନ କରିପାରିବେ।

Related story