୨୩ ଏପ୍ରିଲ୍, ଗୁରୁବାର: ଧାର୍ମିକ କାର୍ଯ୍ୟରେ ମନ ବଳାଇବେ

ମେଷ: ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଉଚ୍ଚ ଅଧିକାରୀ କାମରେ ପ୍ରସନ୍ନ ରହିବେ। କାରବାରରେ ସୁଧାର ଆସି ଅଧିକ ଲାଭ ହେବ। ବୃଷ: ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ପରାକ୍ରମ ବଢିବା ଫଳରେ ସୁଖଶାନ୍ତି ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଭଲ ରହିବା ସହ ଶୁଭ ସମାଚାର ମିଳିବ। ମିଥୁନ: ଶତ୍ରୁମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। ପରିବାରରେ ସୁଖଶାନ୍ତି ଅନୁଭବ କରିବେ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ […]

astrology-1234

Tapaswini Nayak
  • Published: Thursday, 23 April 2020
  • , Updated: 23 April 2020, 07:36 AM IST

ମେଷ: ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଉଚ୍ଚ ଅଧିକାରୀ କାମରେ ପ୍ରସନ୍ନ ରହିବେ। କାରବାରରେ ସୁଧାର ଆସି ଅଧିକ ଲାଭ ହେବ।

ବୃଷ: ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ପରାକ୍ରମ ବଢିବା ଫଳରେ ସୁଖଶାନ୍ତି ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଭଲ ରହିବା ସହ ଶୁଭ ସମାଚାର ମିଳିବ।

ମିଥୁନ: ଶତ୍ରୁମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। ପରିବାରରେ ସୁଖଶାନ୍ତି ଅନୁଭବ କରିବେ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ।

କର୍କଟ: ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଲୋକେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ।

ସିଂହ: କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ମାଆ ବାପାଙ୍କର ଶରୀର ସୁସ୍ଥ ରହିବ। ମିତ୍ରଙ୍କ ସାହାଯ୍ୟ ଦ୍ୱାରା ଧନ ଲାଭ ହେବ।

କନ୍ୟା: ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।

ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ଉଦ୍ଦୀପନା ଯୁକ୍ତ ହେବ। କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ। ସାମୟିକ ଭାବେ ଦାମ୍ପତ୍ୟ ସମସ୍ୟା ଉଣା ଅଧିକ ରହିବ।

ବିଛା: ସାମାଜିକ ପ୍ରତିଷ୍ଠା ପ୍ରତିପତ୍ତି ମାନ ସମ୍ମାନ ବୃଦ୍ଧି ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ସୁ ସମ୍ବାଦ ଶୁଣିବେ ଓ ଆର୍ଥିକ ସଂକଟ ଦୂର ହେବ।

ଧନୁ: ଧାର୍ମିକ କାର୍ଯ୍ୟରେ ମନ ବଳାଇବେ।  ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ।

ମକର: ଉଚ୍ଚ ଶିକ୍ଷା ନିମିତ୍ତ ଉତ୍ସାହିତ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ।

କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ସନ୍ତାନଙ୍କର ମନସ୍କାମନା ପୂର୍ଣ୍ଣ ହେବ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ।

ମୀନ: ସରକାରୀ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ମିତ୍ରମାନଙ୍କ ଦ୍ୱାରା ଲାଭ ମିଳିବ। ସାମାଜିକ କାମରେ ପ୍ରଶଂସା ମିଳିବ।

Related story