୨୬ ଜୁନ୍: ବୁଧବାର: ପ୍ରିୟବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ମିଥୁନ: ମନ ପ୍ରସନ୍ନ ରହିବ। ନୂଆ ପୋଷାକ କିଣିପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। କର୍କଟ: ମାନ–ସମ୍ମାନ ମିଳିବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରିୟବ୍ୟକ୍ତିଙ୍କ […]

astro-1-1-730x430-1-730x430-1-730x430-1-730x430-1-730x430-11-730x430

Tapaswini Nayak
  • Published: Wednesday, 26 June 2019
  • , Updated: 26 June 2019, 07:33 AM IST

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ।

ମିଥୁନ: ମନ ପ୍ରସନ୍ନ ରହିବ। ନୂଆ ପୋଷାକ କିଣିପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କର୍କଟ: ମାନ–ସମ୍ମାନ ମିଳିବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରିୟବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିପାରେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। କଥା ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଚିନ୍ତାମଗ୍ନ ରହିବେ। ଖର୍ଚ୍ଚ ବଢ଼ିପାରେ।

ବିଛା: ଶୁଭସମାଚାର ମିଳିପାରେ। ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ।

ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ମକର: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

ମୀନ: ମନ ବିଚଳିତ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।

Related story