୨୭ ଜୁନ୍‌, ଗୁରୁବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ମେଷ: ଆଜି ଦିନଟି ଭଲରେ କଟିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବୃଷ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ନିବେଶ ଉପରେ ଆଲୋଚନା କରିପାରନ୍ତି। ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କାହାକୁ ଋଣ ଦିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କର୍କଟ: ବ୍ୟବସାୟ କ୍ଷେତ୍ରରେ ଆଶାମୁତାବକ ଲାଭ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ […]

astro-1-1-730x430-1-730x430-1-730x430-1-730x430-1-730x430

Tapaswini Nayak
  • Published: Thursday, 27 June 2019
  • , Updated: 27 June 2019, 07:24 AM IST

ମେଷ: ଆଜି ଦିନଟି ଭଲରେ କଟିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ବୃଷ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ନିବେଶ ଉପରେ ଆଲୋଚନା କରିପାରନ୍ତି।

ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କାହାକୁ ଋଣ ଦିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଆଶାମୁତାବକ ଲାଭ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ।

ସିଂହ: ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘର ପାଇଁ କୌଣସି ଦାମୀ ଜିନିଷ କିଣି ପାରନ୍ତି।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ମନ ପ୍ରସନ୍ନ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବିଛା: କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ। ଆତ୍ମବିଶ୍ୱାସ ବଢ଼ିବ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପିଲାଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: ପରିବାରରେ ଭଲ ବାତାବରଣ ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯାନବାହନ କିଣିବାର ଯୋଗ ରହିଛି।

ମକର: ସାଙ୍ଗସାଥୀଙ୍କ ସହ ଦିନଟି ହସଖୁସିରେ କଟିବ। ଭାଇଙ୍କଠାରୁ ପରାମର୍ଶ ନେଇପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

ମୀନ: ଚିନ୍ତାମୁକ୍ତ ରହିବେ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

Related story