୨୯ ଏପ୍ରିଲ୍, ବୁଧବାର: ଶାରୀରିକ ଅସୁସ୍ଥତା ଅନୁଭବ କରିବେ

ମେଷ: ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବ। ଲୋକେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ବୃଷ: ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ସମସ୍ତ ଚିନ୍ତାରୁ ମୁକ୍ତି ପାଇବା ସହ ମାନିସିକ ଶାନ୍ତି ମିଳିବ। ମିଥୁନ: ଗୁରୁଜନଙ୍କ ପ୍ରତି ଆଦରଭାବ ଜାଗ୍ରତ ହେବ। ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ। କର୍ତ୍ତବ୍ୟନିଷ୍ଠାରୁ ଯଶ ପ୍ରଂଶସାର ଅଧିକାରୀ ହେବେ। କର୍କଟ: […]

astrology

Tapaswini Nayak
  • Published: Wednesday, 29 April 2020
  • , Updated: 29 April 2020, 07:35 AM IST

ମେଷ: ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବ। ଲୋକେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ।

ବୃଷ: ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ସମସ୍ତ ଚିନ୍ତାରୁ ମୁକ୍ତି ପାଇବା ସହ ମାନିସିକ ଶାନ୍ତି ମିଳିବ।

ମିଥୁନ: ଗୁରୁଜନଙ୍କ ପ୍ରତି ଆଦରଭାବ ଜାଗ୍ରତ ହେବ। ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ। କର୍ତ୍ତବ୍ୟନିଷ୍ଠାରୁ ଯଶ ପ୍ରଂଶସାର ଅଧିକାରୀ ହେବେ।

କର୍କଟ: ମନକୁ ଶାନ୍ତ ରଖି ପାରିଲେ ସ୍ୱାସ୍ଥ୍ୟ ଠିକ ରହିବ। ପିଲାଙ୍କ ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ। ବାଧାବିଘ୍ନକୁ ପଛରେ ପକାଇ ଅଗ୍ରଗତିର ବେଗ ବଢିଯିବ।

ସିଂହ: ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ।

ତୁଳା: କର୍ତ୍ତବ୍ୟ ସାଧନକୁ ଭଗବତ ସେବା ଭଳି ମନେ କରିବେ। କର୍ମକ୍ଷେତ୍ରରେ ତଳୁ ଉପରସ୍ତର ଯାଏ ସ୍ୱନାମ ଅର୍ଜନ କରିବେ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଛା: ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର। ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ଧନୁ: ଶୁଭ ସମାଚାର ମିଳିବା ଫଳରେ ଖୁସି ହେବେ। ସରକାରୀ ସାହାଯ୍ୟ ହାତ ପାହାନ୍ତାରେ ପହଞ୍ଚିବ। ବ୍ୟବସାୟୀମାନେ ଉତ୍ତମ ଆୟର ପଥ ପରିଷ୍କାର କରିବେ।

ମକର: ସାମ୍ବାଦିକମାନଙ୍କର ପଦ ମର୍ଯ୍ୟଦା ବୃଦ୍ଧି ପାଇବ। ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ। ବ୍ୟବସାୟୀଙ୍କର ଉଧାର ଦେଇଥିବା ଟଙ୍କା ମିଳିଯିବ।

କୁମ୍ଭ: କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବ।

ମୀନ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ଉତ୍ସାହ ଉଦ୍ଦୀପନାରେ ଆଗେଇ ପାରିବେ।
ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ।

Related story