୨୯ ଅଗଷ୍ଟ, ଗୁରୁବାର: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଘର ପାଇଁ ଜିନିଷ କିଣି ପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବୃଷ: ମନ ପ୍ରସନ୍ନ ରହିବ। ବିଦେଶ ଯିବାକୁ ଯୋଜନା କରିପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ। ଅଧିକ ପରିଶ୍ରମ କରିବେ। ମିଥୁନ: ଜଗିରଖି କାର୍ଯ୍ୟ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। କର୍କଟ: ବିପରୀତ ଲିଙ୍ଗର ଲୋକଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଘରେ ହସ ଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସିଂହ: ଶୁଭ କାର୍ଯ୍ୟରେ ଯୋଗ ଦେଇ […]

astro-ok-new

Jyoshna Pradhan
  • Published: Thursday, 29 August 2019
  • , Updated: 29 August 2019, 07:18 AM IST

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଘର ପାଇଁ ଜିନିଷ କିଣି ପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ବୃଷ: ମନ ପ୍ରସନ୍ନ ରହିବ। ବିଦେଶ ଯିବାକୁ ଯୋଜନା କରିପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ। ଅଧିକ ପରିଶ୍ରମ କରିବେ।

ମିଥୁନ: ଜଗିରଖି କାର୍ଯ୍ୟ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

କର୍କଟ: ବିପରୀତ ଲିଙ୍ଗର ଲୋକଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଘରେ ହସ ଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ: ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଭାଗ୍ୟ ବୃଦ୍ଧି ହୋଇପାରେ।

କନ୍ୟା: ଚିନ୍ତିତ ରହିବେ। ମନ ବିଚଳିତ ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖର୍ଚ୍ଚ ବଢ଼ିବ।

ତୁଳା: ଅଳସୁଆ ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: କାର୍ଯ୍ୟରେ ସଫଳତା ମିଳିବ। ଶରୀର ଫୂର୍ତ୍ତି ରହିବ। ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢ଼ିବ।

ଧନୁ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କୌଣସି କଥାକୁ ନେଇ ମନରେ ଦ୍ୱଦ୍ୱ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର: ପୂଜା-ପାଠରେ ବ୍ୟସ୍ତ ରହିବେ। ମାନ-ସମ୍ମାନ ମିଳିବ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।

କୁମ୍ଭ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପୂଜାପାଠରେ ଅଧିକ ଖର୍ଚ୍ଚ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ଠାରୁ ଶୁଭ ଖବର ଶୁଣି ପାରନ୍ତି।

Related story