୨୯ ମେ’, ବୁଧବାର: ଶୁଭ ଖବର ଶୁଣି ପାରନ୍ତି

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପଦୋନ୍ନତିର ଯୋଗ ରହିଛି। ବୃଷ: ଶୁଭ ଖବର ଶୁଣି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ। ମିଥୁନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କର୍କଟ: ନୂତନ ପୋଷାକ କିଣିପାରନ୍ତି। ବୀପରିତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଖର୍ଚ୍ଚ ବଢ଼ିବ। ସିଂହ:  ବ୍ୟସ୍ତତା ଭିତରେ ଦିନଟି କଟିବ। ଚିନ୍ତିତ ରହିବେ। ବାଦ-ବିବାଦ […]

astro

Jyoshna Pradhan
  • Published: Wednesday, 29 May 2019
  • , Updated: 29 May 2019, 07:20 AM IST

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପଦୋନ୍ନତିର ଯୋଗ ରହିଛି।

ବୃଷ: ଶୁଭ ଖବର ଶୁଣି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ।

ମିଥୁନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

କର୍କଟ: ନୂତନ ପୋଷାକ କିଣିପାରନ୍ତି। ବୀପରିତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଖର୍ଚ୍ଚ ବଢ଼ିବ।

ସିଂହ:  ବ୍ୟସ୍ତତା ଭିତରେ ଦିନଟି କଟିବ। ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଧିକ ପରିଶ୍ରମ କରିବେ।

ତୁଳା: ଅସୁସ୍ଥ ଅନୁଭବ କରିବେ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମାଲିମକଦ୍ଦମାରେ ବିଜୟୀ ହେବେ।

ବିଚ୍ଛା:  ଭାଗ୍ୟ ବୃଦ୍ଧି ହେବ। ଭାଇ ଓ ବନ୍ଧୁଙ୍କଠାରୁ ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ।

ଧନୁ: ମନରେ ଦ୍ୱନ୍ଦ୍ୱ ରହିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଯାନବାହନ କିଣିପାରନ୍ତି।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଋଣ ଦିଅନ୍ତୁ ନାହିଁ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ମୀନ: ଦିନଟି ଭଲରେ କଟିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

Related story