୩ ନଭେମ୍ୱର, ରବିବାର: ଅଳସୁଆ ଅନୁଭବ କରିପାରନ୍ତି

ମେଷ:  ଦିନଟି ଭଲରେ କଟିବ।  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବୃଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ମିଥୁନ: ଘରେ ହସଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସିଂହ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। […]

astro-ok-new-4

Jyoshna Pradhan
  • Published: Sunday, 03 November 2019
  • , Updated: 03 November 2019, 07:12 AM IST

ମେଷ:  ଦିନଟି ଭଲରେ କଟିବ।  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ବୃଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ମିଥୁନ: ଘରେ ହସଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅସୁସ୍ଥ ଅନୁଭବ କରିପାରନ୍ତି।

କନ୍ୟା:  ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ମାନ-ସମ୍ମାନ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ବିଚ୍ଛା: ମାଲି ମକଦ୍ଦମାରେ ବିଜୟୀ ହେବେ। ଯାନବାହନ କିଣିପାରନ୍ତି।  ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ଧନୁ: ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମକର: ବିବାହ ସ୍ଥିର ହୋଇପାରେ। ଅଳସୁଆ ଅନୁଭବ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମୀନ: ବ୍ୟସ୍ତତା ଭିତରେ ଦିନଟି କଟିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି।

Related story