୩୦ଜୁଲାଇ,ମଙ୍ଗଳବାର: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ

ମେଷ: ଉତ୍ସାହ ବୃଦ୍ଧି ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ବୃଷ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ଘଟଣା ଯୋଗ ରହିଛି, ତେଣୁ ସତର୍କ ରୁହନ୍ତୁ।

ମିଥୁନ: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ସିଂହ: ଦିନଟି ଖୁସିରେ କଟିବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କନ୍ୟା: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ମାଲି-ମକଦ୍ଦମାରେ ବିଜୟୀ ହେବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ବ୍ୟବସାୟରେ ଆଶା ମୁତାବକୁ ଲାଭ ମିଳିବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଚ୍ଛା: ପଦୋନ୍ନତିର ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ। ଶରୀର ସୁସ୍ଥ ରହିବ।

ଧନୁ: ମାନ-ସମ୍ମାନ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମକର: ବିବାହ ସ୍ଥିର ହୋଇପାରେ। ଘରେ ମାଙ୍ଗଳିକ କାର୍ଯ୍ୟ କରିପାରନ୍ତି। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

କୁମ୍ଭ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଧନପ୍ରାପ୍ତି ଯୋଗ ରହିଛି।

ମୀନ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଘର ପାଇଁ ଜିନିଷ କିଣିପାରନ୍ତି । ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।