ମେଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ହସଖୁସିରେ ସମୟ ବିତାଇବେ। ଧନପ୍ରାପ୍ତି ଯୋଗ ରହିଛି।
ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ।
ମିଥୁନ: ସହକର୍ମୀଙ୍କ ସହଯୋଗ ମିଳିବ। ଅପରାହ୍ଣ ପରେ କୌ଼ଣସି କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କର୍କଟ: ଅଧିକ ପରିଶ୍ରମ କରିବେ। କୌଣସି କଥାକୁ ନେଇ ବନ୍ଧୁଙ୍କ ସହ ମତଭେଦ ହୋଇପାରେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
ସିଂହ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ମାନ-ସମ୍ମାନ ବଢ଼ିବ।
କନ୍ୟା: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ତୁଳା: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ବିବାହ ସ୍ଥିର ହୋଇପାରେ।
ବିଚ୍ଛା: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଋଣ ଦିଅନ୍ତୁ ନାହିଁ।
ଧନୁ: ଆତ୍ମବିଶ୍ୱାସ ବଢ଼ିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।
ମକର: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସାହିତ୍ୟ ଓ କଳାପ୍ରତି ରୁଚି ବଢ଼ିବ। ନୂତନ ଜିନିଷ କିଣି ପାରନ୍ତି।
କୁମ୍ଭ: ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ମାନସିକ ଅଶାନ୍ତି ଦେଖାଦେଇପାରେ।
ମୀନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମୁନ ଖୁସି ରହିବ। ବିଦେଶକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।