୪ ଅଗଷ୍ଟ, ରବିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ଅଧିକ ପରିଶ୍ରମ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ। ବୃଷ: ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ମିଥୁନ: ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କର୍କଟ: ଶରୀର ସୁସ୍ଥ ରହିବ। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଅପରାରହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସିଂହ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଅଟକି ରହିଥିବା କାର୍ଯ୍ୟ […]

ttttttttttttttttt-2

Jyoshna Pradhan
  • Published: Sunday, 04 August 2019
  • , Updated: 04 August 2019, 07:11 AM IST

ମେଷ: ଅଧିକ ପରିଶ୍ରମ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ।

ବୃଷ: ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମିଥୁନ: ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

କର୍କଟ: ଶରୀର ସୁସ୍ଥ ରହିବ। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଅପରାରହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବିଚ୍ଛା: ପରିବାରରେ ହସଖୁସିର ପରିବେଶ ରହିବ। ମାନ-ସମ୍ମାନ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମକର: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିବ। ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ନୂତନ ବସ୍ତ୍ର କିଣିପାରନ୍ତି। ବିବାହ ସ୍ଥିର ହୋଇପାରେ।

ମୀନ: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

Related story