ମେଷ: ଦିନଟି ଭଲରେ କଟିବ। ମାଲି-ମକଦ୍ଦମାରେ ବିଜୟୀ ହେବେ। ଅପରାହ୍ଣ ପରେ ଶୁଭ ଖବର ଶୁଣିବେ।
ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବ। ପଦୋନ୍ନତି ଯୋଗ ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।
ମିଥୁନ: ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।
କର୍କଟ: ପରିବାରରେ ହସଖୁସିର ପରିବେଶ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଂଶସିତ ହେବେ। ମା’ଙ୍କ ସହଯୋଗ ମିଳିବ।
ସିଂହ: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ସମସ୍ୟା ଦେଖା ଯାଇପାରେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ହଳଦିଆ ବସ୍ତ୍ର ଦାନ କରନ୍ତୁ।
ତୁଳା: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।
ବିଚ୍ଛା: ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ଧନୁ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଛାତିରେ ଯନ୍ତ୍ରଣା ଅନୁଭବ କରି ପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ।
ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କୁମ୍ଭ: ବନ୍ଧୁଙ୍କ ସହଯୋଗ ମିଳିବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।
ମୀନ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।