୬ ମେ’, ବୁଧବାର: ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି

ମେଷ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ। ବହୁ ପରାତନ ସମସ୍ୟାର ସମାଧାନ କରିବେ। ବୃଷ: ଅନେକ ଦିନର ଆଶା ଅଭିଳାଷା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ। ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ।ମାନ-ସମ୍ମାନ ପ୍ରତିଷ୍ଠା ମିଳିବା ସହିତ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଜମିବାଡି ଜନିତ ବ୍ୟବସାୟରୁ ଅଧିକ ଲାଭାନ୍ୱିତ ହେବେ। କର୍କଟ: କର୍ମକ୍ଷେତ୍ରରେ ବାଧିବିଘ୍ନ ଘାତ ପ୍ରତିଘାତ […]

rasifala12333-1

Tapaswini Nayak
  • Published: Wednesday, 06 May 2020
  • , Updated: 26 May 2020, 07:52 AM IST

ମେଷ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ। ବହୁ ପରାତନ ସମସ୍ୟାର ସମାଧାନ କରିବେ।

ବୃଷ: ଅନେକ ଦିନର ଆଶା ଅଭିଳାଷା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ।ମାନ-ସମ୍ମାନ ପ୍ରତିଷ୍ଠା ମିଳିବା ସହିତ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଜମିବାଡି ଜନିତ ବ୍ୟବସାୟରୁ ଅଧିକ ଲାଭାନ୍ୱିତ ହେବେ।

କର୍କଟ: କର୍ମକ୍ଷେତ୍ରରେ ବାଧିବିଘ୍ନ ଘାତ ପ୍ରତିଘାତ ଦେଖାଦେବ। ଯାତ୍ରାଜନିତ କ୍ଲେଶ ଅନୁଭବ କରିବେ। କୌଣସି ଖାଦ୍ୟ ପାନୀୟର ଅନୀୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ସିଂହ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ନିଜର ଅସୀମ ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଯୋଗୁ ସମସ୍ତ କାର୍ଯ୍ୟରେ ସଫଳ ହେବେ। ମହିଳାମାନେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।

କନ୍ୟା: ଲାଗିରହିଥିବା ବାଦବିବାଦର ଅବସାନ ଘଟିବ। କୌଣସି ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ ତେଣୁ ସତର୍କ ରୁହନ୍ତୁ।

ତୁଳା: ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲାଭ କରିବେ। ବସ୍ତ୍ର ଆଭୂଷଣ ଜାତୀୟ ବ୍ୟବସାୟରେ ଅଧିକ ଲାଭବାନ ହେବେ।

ବିଛା: କାର୍ଯ୍ୟ କ୍ଷେତ୍ରରେ କାମର ଚାପ ବୃଦ୍ଧି ହେତୁ ବ୍ୟସ୍ତ ବିବ୍ରତ ହୋଇଯିବେ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। ତେଣୁ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ସମାଲୋଚିତ ହେବେ।

ଧନୁ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟସ୍ଥଳରେ ପହଂଚିବେ। ବକେୟା ଅର୍ଥ ହସ୍ତଗତ ହେବ ଫଳରେ ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ।

ମକର: କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। ସାମାଜିକ ସ୍ତରରେ ମାନ ପ୍ରତିଷ୍ଠା ଗୌରବର ଅଧିକାରୀ ହେବେ।

କୁମ୍ଭ: ସ୍ଥଗିତ ଥିବା କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପଂହଚାଇବେ। ଅସହାୟ ଦୁଃଖୀ ବ୍ୟକ୍ତିଙ୍କୁ ସାହାଯ୍ୟ କରି ପ୍ରଶଂସିତ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

ମୀନ: ବୃଥା ଭ୍ରମଣ ଧନହାନୀ ପ୍ରାଣପୀଡା ଦେଖାଦେଇପାରେ। ଗୁପ୍ତଶତ୍ରୁ ଭୟ ମନରେ ଭୟ ଆଶଙ୍କା ସୃଷ୍ଟି କରିବେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇାପାରନ୍ତି।

Related story