୭ ଜୁଲାଇ, ରବିବାର: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ

ମେଷ: ଖର୍ଚ୍ଚ ବଢ଼ିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ବୃଷ: ବ୍ୟବସାୟରେ ପରିବର୍ତ୍ତନ କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ପରିବାରରେ ହସଖୁସିର ପରିବେଶ ରହିବ। ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ସନ୍ଧ୍ୟାରେ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍କଟ: ଋଣ ଦିଅନ୍ତୁ ନାହିଁ। ଯାନବାହନ କିଣିବାର ଯୋଗ ରହିଛି। ମାନ-ସମ୍ମାନ ମିଳିବ। ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ଅପରାହ୍ଣ ପରେ […]

astro-1-1-730x430-1-730x430-1-730x430-1-730x430-1-730x430

Jyoshna Pradhan
  • Published: Sunday, 07 July 2019
  • , Updated: 07 July 2019, 07:25 AM IST

ମେଷ: ଖର୍ଚ୍ଚ ବଢ଼ିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

ବୃଷ: ବ୍ୟବସାୟରେ ପରିବର୍ତ୍ତନ କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ପରିବାରରେ ହସଖୁସିର ପରିବେଶ ରହିବ।

ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ସନ୍ଧ୍ୟାରେ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କର୍କଟ: ଋଣ ଦିଅନ୍ତୁ ନାହିଁ। ଯାନବାହନ କିଣିବାର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ଅପରାହ୍ଣ ପରେ ଅସୁସ୍ଥ ଅନୁଭବ କରିବେ।

କନ୍ୟା: ଶରୀରରେ ଆଘାତ ଲାଗିପାରେ। ଦାମ୍ପତ୍ୟ ଜୀବନରେ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ତୁଳା: ଘର ପାଇଁ କୌଣସି ଦାମୀ ଜିନିଷ କିଣିପାରନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଚ୍ଛା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।

ମକର: ଭାଇଙ୍କଠାରୁ ପରାମର୍ଶ ନେଇପାରନ୍ତି। ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବିବାହ ସ୍ଥିର ହୋଇପାରେ।

କୁମ୍ଭ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ମିଠା କଥା କହି ଲୋକଙ୍କ ମନ ଜିତିବେ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

Related story