ଜୁଲାଇ ୮, ବୁଧବାର: ମନ ପ୍ରଫୁଲ୍ଲ ରହିବ

ମେଷ: ନୂତନ ଓ ପୁରାତନ ଯୋଜନା ଫଳପ୍ରଦ ହେବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ:  ଆର୍ଥିକ ସ୍ଥିତି ଭଲ ରହିବ। ମନ ପ୍ରଫୁଲ୍ଲ ରହିବ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ। କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସିଂହ: ବ୍ୟବସାୟରେ […]

Astrology-123444

Tapaswini Nayak
  • Published: Wednesday, 08 July 2020
  • , Updated: 08 July 2020, 07:59 AM IST

ମେଷ: ନୂତନ ଓ ପୁରାତନ ଯୋଜନା ଫଳପ୍ରଦ ହେବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ:  ଆର୍ଥିକ ସ୍ଥିତି ଭଲ ରହିବ। ମନ ପ୍ରଫୁଲ୍ଲ ରହିବ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ।

କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ସାହିତ୍ୟ ଓ କଳା କ୍ଷେତ୍ରରେ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

କନ୍ୟା: ସନ୍ତାନର ଉନ୍ନତିରେ ଖୁସି ହେବେ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ତୁଳା: ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି। ଅପରାହ୍ଣ ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ସାକ୍ଷାତ କରିବେ।

ବିଚ୍ଛା:ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

ଧନୁ: ଦିନଟି ଭଲରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ।

ମକର: ଆଶା କରୁଥିବା କାମଟି ସହଜ ହୋଇଯିବ। ଲେଖାପଢାରୁ ଶୁଭଫଳ ମିଳିବ। ଦୂରେଇଯାଇଥିବା ବନ୍ଧୁ ଅତି ଆପଣାର ହେବେ।

କୁମ୍ଭ: ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ଅଟକି ରହିଥିକା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନୂତନ ଯାନବାହନ କିଣିପାରନ୍ତି।

ମୀନ: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଇଶ୍ୱରଙ୍କୁ ଆରାଧନା କରନ୍ତୁ।

Related story